ନାଚୁଣୀ କଲେଜ ଅଧ୍ୟାପିକାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା।

ଚିଲିକା,୩।୪: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟର ମନସ୍ତ୍ରତ୍ତ୍ଵ ବିଭାଗ ମୁଖ୍ୟ ଅଧ୍ୟାପିକା ଶ୍ରୀମତୀ କଲ୍ୟାଣୀ ମହାନ୍ତିଙ୍କୁ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ ର୍ମଚାରୀମାନଙ୍କ ତରଫରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଅଛି । ଏହି ଉପଲକ୍ଷେ ମହାବିଦ୍ୟାଳୟ ପରିସର ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାର ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ଧୂପପୁଷ୍ଟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ଅବସର କାଳୀନ ସଭାରେ ଅଧ୍ୟାପିକା ସଂଘମିତ୍ରା ପଟ୍ଟନାୟକ, ଅଧ୍ୟାପିକା ଲୀନା ନଦୀଜା, ଅଧ୍ୟାପିକା ରଶ୍ମୀତା ଜେନା, ଅଧ୍ୟାପିକା କବିତା ଦେବୀ, ଅଧ୍ୟାପିକା ସୁଭଦ୍ରା ଭୋଳ, ଅଧ୍ୟାପିକା ରୂପ ପ୍ରଭା ପ୍ରଧାନ, ଅଧ୍ୟାପିକ ପ୍ରକୃତି ମିଶ୍ର, ଅଧ୍ୟାପକ ଦିଲ୍ଲୀପ କୁମାର ବେହେରା,ଅଧ୍ୟାପକ ଦେବଦତ୍ତ ପାଣି, ଅଧ୍ୟାପକ ଅଜିତ୍ କୁମାର ଦାଶ, ଅଧ୍ୟାପକ

କେଶସାସମଲ,ଡେମୋନଷ୍ଟେଟର ସଂଗ୍ରାମ କେଶରୀ ହରିଚନ୍ଦନ, ଡେମୋନଷ୍ଟେଟର ଅଜିତ୍ କୁମାର ମିଶ୍ର, ଡେମୋନଷ୍ଟେଟର ନାରାୟଣ ସାହୁ ଓ ମୁଖ୍ୟ କିରାଣୀ ପ୍ରମୋଦ କୁମାର ସୁବୁଦ୍ଧି ପ୍ରମୁଖ ଯୋଗ ଦେଇ ଅଧ୍ୟାପିକା କଲ୍ୟାଣୀ ମହାନ୍ତିଙ୍କୁ ଜଣେ ସଚୋଟ,ଦକ୍ଷ ଓ ଛାତ୍ର ବତ୍ସଳ ଅଧ୍ୟାପିକା ଭାବେ ଅବିହିତ କରିବା ସହ ଦୀଘ୍ର ୩୨ ବର୍ଷ ଧରି ନାଚୁଣୀ ମହାବିଦ୍ୟାଳୟରେ କଟାଇଥିବା କର୍ମମୟ ଜୀବନର ଭୃୟଶୀ ପ୍ରଶଂସା କରିବା ସହ ତାଙ୍କର ଆଗାମୀ ଅବସରକାଳୀନ ଜୀବନ ସୁଖମୟ ଓ ଅନନ୍ଦମୟହେଉ ବୋଲି ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଡକ୍ଟର କବିତା ଦେବୀ ମଞ୍ଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଦେବଦତ୍ତ ପାଣି ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page