ନାଚୁଣୀ ହାଇ ସ୍କୁଲ ପୂର୍ବତନ ଛାତ୍ରଙ୍କ ହୃଦ୍ ଘାତରେ ପରଲୋକ

ଚିଲିକା,୧୪।୨: ନାଚୁଣୀ ହାଇସ୍କୁଲର ପୂର୍ବତନ ଛାତ୍ର ତଥା ସମାଜସେବୀ ପ୍ରଫୁଲ୍ଲ କୁମାର ସାମନ୍ତରାୟଙ୍କ ନିଜ ଜନ୍ମ ସ୍ଥାନ ଚିଲିକା ବ୍ଲକ ଅନ୍ତର୍ଗତ ନୂଆ ପାଟଣା ଗ୍ରାମ ଠାରେ ହୃଦ୍ ଘାତରେ ପରଲୋକ ହୋଇଯାଇଅଛି। ସେ ଜଣେ ସ୍ନେହୀ, ଅମାୟିକ୍, ବନ୍ଧୁ ବଛଳ ଓ ପରୋପକାରୀ ବ୍ୟକ୍ତି ଥିଲେ।ସେ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ର ଧର୍ମ ପତ୍ନୀ, ପୁତ୍ର ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ୍ୟ ଶ୍ମଶାନ ଠାରେ ଶବ ସତ୍ କାର କରାଯାଇଥିଲା। ଜ୍ୟେଷ୍ଠ ପୁତ୍ର ଜେତେନ୍ଦ୍ର(ବାଟୁଆ) ମୂଖାଗ୍ନୀ ଦେଇଥିଲେ। ତାଙ୍କ ବିୟୋଗରେ ନାଚୁଣୀ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାମନ୍ତସିଂହାର, ଚିଲିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ଚିଲିକା ପୂଜ୍ୟପୂଜା ସଂସଦ ସଭାପତି ଦିଲ୍ଲୀପ କୁମାର ଶତପଥୀ, ନାଲକୋର ପ୍ରାକ୍ତନ ଅଧିକାରୀ ହାଡିବନ୍ଧୁ ସାମନ୍ତରାୟ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଶୋଭାନ କୁମାର ସାହୁ ଓ ନାଚୁଣୀ କଲେଜର ଲାଇବ୍ରେରିଆନ୍ ରାମ ଚନ୍ଦ୍ର ମାର୍ଥା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦ ଗତି କାମନା କରିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page