ଭୁବନେଶ୍ୱର: ପ୍ରାଚୀନ କାଳରୁ ଖାଇବା ପୂର୍ବରୁ ଭଗବାନଙ୍କୁ ଭୋଗ ଅର୍ପଣ କରିବାର ପରମ୍ପରା ରହିଆସିଛି । ମାତ୍ର ଯେତେବେଳେ ରାଜାରାଜୁଡ଼ା ତଥା ଅତ୍ୟାଚାରୀ ମହାରାଜାମାନେ ଶାସନ ଆରମ୍ଭ କଲେ ସେମାନେ ନିଜକୁ ଈଶ୍ୱରଙ୍କ ପ୍ରତିନିଧି ବା ଈଶ୍ୱର ଭାବେ ମନେକଲେ । ଏହିପରିପ୍ରେକ୍ଷିରେ ସର୍ବପ୍ରଥମେ ସାଧାରଣ ଜନତାଙ୍କ ବାଡ଼ିରେ ହେଉ ଅବା ଖାଇବା ଜିନିଷରେ ହେଉ ରାଜାଙ୍କୁ ଅର୍ପଣ କରିବାର ଅବା ଭୋଗ ପ୍ରଦାନ କରିବାର

ପ୍ରଥା ପରମ୍ପରା ଚାଲିଲା । ଉକ୍ତ ପରମ୍ପରାର ଦ୍ୱାହି ଦେଇ ରାଜା ରାଜୁଡ଼ାମାନେ ନୀରିହ ଜନତାଙ୍କୁ ନିର୍ଯାତନା ଓ ଶୋଷଣ ଆରମ୍ଭ କଲେ । ଏହାର ପ୍ରତିବାଦ ସାଧାରଣ ପ୍ରଜାଟିଏ କରିଥିଲା ଓ ଶେଷରେ ଉକ୍ତ ଅତ୍ୟାଚାରୀ ରାଜାଙ୍କୁ ହତ୍ୟା କରିଥିଲା । ଉକ୍ତ ନାଟକଟିରେ ଅଭିନେତା ନିଦେ୍ର୍ଦଶକ ସୁବାସ ପଣ୍ଡାଙ୍କ ରାଜା ଭୂମିକାରେ ଅଭିନୟ ବେଶ୍ ବଳିଷ୍ଠ ହେବା ସହିତ ସାଥୀକଳାକାର ଶରତ, ଶ୍ରାବଣୀ, ମୂରଲୀ, ଓମ୍କାର, ଦିବ୍ୟ, ବନ୍ଦିତା, ସୌମ୍ୟା, ସୋମନାଥ ପ୍ରମୁଖଙ୍କ ଅଭିନୟ ବେଶ ମନୋମୁଗ୍ଧକର ହୋଇଥିଲା । ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ରାଜଭୋଗ ନାଟକଟି ବେଶ୍ ପ୍ରଶଂସା ସାଉଁଟିଥିଲା ।
ଭୁବନେଶ୍ୱରରୁ ଅରବିନ୍ଦ ତ୍ରିପାଠୀଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ