ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ସାମୂହିକ ବିବାହ ଓ ବ୍ରତୋପନୟନ ଅନୁଷ୍ଠିତ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ସାମୂହିକ ଗଣ ବିବାହ ଓ ବ୍ରତୋପନୟନ ରାଜଧାନୀ ଭୁବନେଶ୍ୱର ତଥା ଖୋର୍ଦ୍ଧା, କୋଣାର୍କ, ବାଲିପାଟଣା ପ୍ରମୁଖ ସ୍ଥାନରେ ସଂଗଠନର ପ୍ରତିଷ୍ଠାତା ତଥା ସମାଜସେବୀ ସିତାଶୁଂ ଶେଖର ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଗଣବିବାହ ଓ ବ୍ରତୋପୟନ କାର୍ଯ୍ୟକ୍ରମରେ କନ୍ୟା ପିତା ଭାବେ କୋଷାଧ୍ୟକ୍ଷ ଅରବିନ୍ଦ ତ୍ରିପାଠୀ ଓ ବର ପିତା ଭାବେ ସୀତାଶୁଂ ଶେଖର ମହାରଣା ଉପସ୍ଥିତ ରହିବା ସହ ନବ ଦମ୍ପତି ଓ ନବ ବ୍ରହ୍ମଚାରୀଙ୍କୁ ଆର୍ଶିବାଦ ପ୍ରଦାନ କରିଥିଲେ । ଉକ୍ତ ମାଙ୍ଗଳିକ କାର୍ଯ୍ୟକ୍ରମରେ ଅନୁଷ୍ଠାନ ସଂପାଦିକା ସମାଜସେବିକା ସମିତା ମହାରଣା ଉପସ୍ଥିତ ରହିବା ସହ ଫାଉଣ୍ଡେସନର ଏହି ପରି ଅଭିନବ ତଥା ନିଆରା କାର୍ଯ୍ୟକ୍ରମ ଆଗାମୀ ଯୁବପୀଢ଼ୀଙ୍କୁ ପ୍ରେରଣା ଯୋଗାଇବା ସହ ସମାଜକୁ ଏକ ନୂତନ ବାର୍ତା ଦେବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାୟ ୭୫୦ ରୁ ଅଧିକ ବିବାହ ଓ ବ୍ରତୋପନୟନ ଅନୁଷ୍ଠିତ ହୋଇଥିଲା । ଏହାସହିତ ଗରିବ ଓ ଅସହାୟ ବ୍ୟକ୍ତିବିଶେଙ୍କୁ ବସ୍ତ୍ର ବଂଟନ, ଭୋଜନ ପ୍ରମୁଖ ସେବା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଗଠନର ବିଶ୍ୱମୋହନ ମିଶ୍ର, ପ୍ରଫୁଲ୍ଲ କୁମାର ସାହୁ, ପ୍ରଶାନ୍ତ ବାରିକ, ଜଳନ୍ଧର ବେହେରା, ବସନ୍ତ ସାହୁ, ସୌଦାମିନୀ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page