ନିଆରା ଢଙ୍ଗରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ରାଜଧାନୀ ହେଉ ନିଶା, ହିଂସା, ଅପରାଧ ମୁକ୍ତ ଓ ରାଜଧାନୀ ହେଉ ଭାଇଚାରା ର ସହର ବାର୍ତ୍ତା ଦେଇ ଭୁବନେଶ୍ୱର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ପକ୍ଷରୁ ୭୭ତମ ରାଜଧାନୀ ଭୁବନେଶ୍ବର ପ୍ରତିଷ୍ଠା ଦିବସ ଜୟଦେଵ ଭବନ ପରିସର ରେ ପାଳିତ ହୋଇଯାଇଛି । ସଂଗଠନ ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାସ ଯୋଗଦେଇ କହିଥିଲେ ଯେ ରାଜଧାନୀ ଯେତିକି ଉନ୍ନତି କରିଛି ଏଠି ସେତିକି ମୌଳିକ ସମସ୍ୟା ଅଛି । ଆଗାମୀ ଦିନରେ ସରକାର ରାଜଧାନୀ ର ମୌଳିକ ସମସ୍ୟା ସମାଧାନ କରିବାରେ ସକ୍ଷମ ହୁଅନ୍ତୁ ବୋଲି ମତ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ବରଦା ପ୍ରସନ୍ନ ଶତପଥୀ, ଅଧିବକ୍ତା ଦୀନବନ୍ଧୁ ନାୟକ, ସମାଜସେବୀ ମାନସ ବସ୍ତିଆ, ସଂଗଠନ ସଭାପତି ଧୀରେନ ଶଙ୍କର ଦାସ, ଉପସଭାପତି ଡେଜି ଶତପଥୀ, ସମ୍ପାଦକ ନିରଞ୍ଜନ ସାହୁ, ରକ୍ତଦାତା ତନ୍ମୟ ସାମନ୍ତରାୟ, ମହାକାଳ ସେବକ ମାନସ ସାହୁ, ସମାଜସେବୀ ମାନି ପଣ୍ଡା, ପ୍ରଜ୍ଞା ପ୍ରିୟଦର୍ଶିନୀ ରଥ, ସହଦେଵ ମହାରଣା, ସାମ୍ବାଦିକ ଗୁରୁପଦ ନାଥ ପ୍ରମୁଖ ଯୋଗଦେଇ କେକ କାଟି ମିଠା ବାଣ୍ଟି ଏହି ଦିବସକୁ ପାଳନ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page