ନିଆରା ନକ୍ଷତ୍ର ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ବିନ୍ଦୁ ସାଗର, ଭୁବନେଶ୍ୱର-୨ସ୍ଥିତ କେଦାରନାଥ ଗବେଷଣା ପ୍ରତିଷ୍ଠାନ ଠାରେ କବି ମନମୋହନ ଆଚାର୍ଯ୍ୟଙ୍କ ସାମଗ୍ରିକ ସୃଷ୍ଟି ସର୍ଜନା ଓ ବ୍ୟକ୍ତିତ୍ୱ ଉପରେ ଆଧାରିତ ପୁସ୍ତକ ‘ନିଆରା ନକ୍ଷତ୍ର’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ଉଦଘାଟକ ଭାବେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଡାଇରେକ୍ଟର ଦୂରଦର୍ଶନ ଡକ୍ଟର ଶାନ୍ତନୁ ରଥ ଯୋଗଦେଇଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ପ୍ରଫେସର ସଂସ୍କୃତି ବିଶ୍ୱବିଦ୍ୟାଳୟ ଡକ୍ଟର ପ୍ରେମାନନ୍ଦ ମହାପାତ୍ର ଉପସ୍ଥିତ ରହିଥିବାବେଳେ ସମ୍ମାନିତ ଅତିଥି ଭାବେ ଆଦିବାସୀ ସଂସ୍କୃତି ଗବେଷକ ଡକ୍ଟର ରାଜେନ୍ଦ୍ର ପାଢ଼ୀ, କବି ଓ ବ୍ୟାକରଣବିତ୍ ଡକ୍ଟର ଲକ୍ଷ୍ମୀକାନ୍ତ ପାଢ଼ୀ ଉପସ୍ଥିତ ରହିଥିବାବେଳେ ଜୀବନୀକାର ସତ୍ୟନାରାୟଣ ମହାପାତ୍ର ସଭାପତିତ୍ୱ କରିଥିଲେ । ପ୍ରଥମେ ଅତିଥିସମୂହ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଲୋକାର୍ପଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ ଉପସ୍ଥିତ ସମସ୍ତ ଅତିଥିଗଣ ନିଜ ନିଜର ବ୍ୟକ୍ତବ୍ୟ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । କବି ମନମୋହନ ଆଚାର୍ଯ୍ୟ ଲୋକାର୍ପିତ ପୁସ୍ତକ ଉପରେ ସବିଶେଷ ଆଲୋକପାତ କରିଥିବାବେଳେ ଏପରି ପୁସ୍ତକ ଗୁଣି ପାଠକପାଠିକାଙ୍କ ଆଦୃତିଲାଭ କରିବ ବୋଲି ଅତିଥିଗଣ ସୂଚନା ପ୍ରଦାନ କରିଛନ୍ତି । ଏହି ପୁସ୍ତକ ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମକୁ ଏଥେନା ବୁକସ୍, ଭୁବନେଶ୍ୱର ଆୟୋଜନ କରିଥିବା ଜଣାପଡିଛି । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ରାଜକିଶୋର ଦାସ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page