ନୀଳମଣି ବିଦ୍ୟାରତ୍ନ ଥିଲେ ଓଡ଼ିଆ ସାମ୍ବାଦିକ ଜଗତର ଗୁରୁ ଦ୍ରୋଣାଚାର୍ଯ୍ୟ: ପ୍ରଦ୍ୟୁମ୍ନ ଶତପଥୀ

ବାଙ୍କୀ: ଓଡ଼ିଶାର ବରପୁତ୍ର ସମ୍ବଲପୁର ହିତୈଷିଣୀ, ପ୍ରଜା ବନ୍ଧୁ, ଗଞ୍ଜାମ ଗୁଣ ଦର୍ପଣ ଉତ୍କଳ ଦୀପିକା ଆଦି ପତ୍ରିକାର ସମ୍ପାଦକ ମହାନ୍ ସାରସ୍ଵତ ସାଧକ ସଂସ୍କାରକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଙ୍କ ଜନ୍ମ ମାଟି ବାଙ୍କୀ ଵୈଦେଶ୍ବର ଗ୍ରାମକୁ ବିଶିଷ୍ଟ ବୁଦ୍ଧିଜୀବୀ ମାନେ ପରିଦର୍ଶନ କରି ଉକ୍ତ ମାଟିର ଗୌରବ ମୟ ଇତିହାସ ର ସ୍ମୃତି ଚାରଣ କରିଥିଲେ। ବାଙ୍କୀ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ସଭାପତି ସୁନୀଲ ମିଶ୍ରଙ୍କ ଦ୍ଵାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଦ୍ୟାରତ୍ନ ଛକରେ ଥିବା ପଣ୍ଡିତ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ନିଜ ବକ୍ତବ୍ୟରେ ପଣ୍ଡିତ ବିଦ୍ୟାରତ୍ନ ଥିଲେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ର ଆଦ୍ୟ ବିନ୍ଧାଣୀଓ ଓଡ଼ିଶା ସାମ୍ବାଦିକ ଜଗତର ଗୁରୁ ଦ୍ରୋଣାଚାର୍ଯ୍ୟ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ନାଗରିକ ମହା ମଞ୍ଚର ସାଧାରଣ ସମ୍ପାଦକ ଡ଼ଃ ପ୍ରଦୀପ ବିଶ୍ଵାଳ, ଓଡ଼ିଶା ଜନ ଅଧିକାର ପରିଷଦ ର ସଭାପତି ବିଜୟ ପରିଡା, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ମୁଖପାତ୍ର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଯୋଗ ଦେଇ ମହାପୁରୁଷ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଶିକ୍ଷକ ପ୍ରେମାନନ୍ଦ ବେହେରା ପରିଚାଳନା କରିଥିବା ବେଳେ ଉମାକାନ୍ତ ବେହେରା ଧନ୍ୟବାଦ୍ ପ୍ରଦାନ କରିଥିଲେ। ସେହିପରି ବିଦ୍ୟାରତ୍ନ ଙ୍କ ବାସ ଭବନ ରେ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ପଣ୍ଡିତ ଙ୍କ ଜୀବନ ଦର୍ଶନ ମୂଲ୍ୟବୋଧ ଉପରେ ଶ୍ରୀଯୁକ୍ତ ଶତପଥୀ ଆଲୋଚନା କରି ନିଜ ଜୀବନରେ ପ୍ରଥମ ଥର ଏହି ମାଟିରେ ପଦାର୍ପଣ କରି ନିଜକୁ ଶତ ଧନ୍ୟ ମନେ କରିଥିଲେ ବୋଲି ବକ୍ତବ୍ୟ ରଖିଥିଲେ। ବୈଦେଶ୍ଵର ସରପଞ୍ଚ ସୂରଞ୍ଜନ ପଣ୍ଡା ସମିତି ସଭ୍ୟ ମହେଶ୍ୱର ମହାପାତ୍ର ଜିଲ୍ଲା ପରିଷଦ ସଦସ୍ୟା ରଶ୍ମିତା ସାହୁ ବିଦ୍ୟାରତ୍ନ ଙ୍କ ନାତି ଅରୁଣ ମିଶ୍ର ବାଙ୍କୀ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର କବି କୌଶିକ ନାୟକ ରବି ନାରାୟଣ ମଙ୍ଗରାଜ, କାମଦେବ ମହାପାତ୍ର, ଧନେଶ୍ଵର ବଳିଆର ସିଂହ ରଞ୍ଜିତ ତ୍ରିପାଠୀ ଚିତ୍ତ ରଂଜନ ମହାପାତ୍ର ସୁରେଶ୍ଵର ବେହେରା ରବୀନ୍ଦ୍ର କୁମାର ରଣା ଜୟ କୃଷ୍ଣ ସାହୁ, ସୁବାସ ଦଳେଇ ସୁଶାନ୍ତ ଦଳେଇ ହୃଦାନନ୍ଦ ପ୍ରହରାଜ ଧ୍ରୁବ ଚରଣ ସାହୁ ଅନନ୍ତ ନାୟକ ଆଦି ବହୁ ବ୍ୟକ୍ତି ଯୋଗଦାନ କରିଥିଲେ। ଅତିଥି ମାନଙ୍କୁ ଉତ୍ତରୀୟ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଗୋପିନାଥପୁର ବେଦେଶ୍ଵର ସେତୁ ପରିଦର୍ଶନ କରିଥିଲେ। ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ବାଙ୍କୀ ର ସଭାପତି ସୁନୀଲ ମିଶ୍ର ଙ୍କ ତତ୍ବାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page