ନୂଆଦିଲ୍ଲୀରେ ଅନୁଷ୍ଠିତ ହେଲା ରସାବଳୀ ଦିବସ

ନୂଆଦିଲ୍ଲୀ: କେନ୍ଦ୍ରାପଡାର ପ୍ରସିଦ୍ଧ ତଥା ଶ୍ରୀ ବଳଦେବଜୀଉ ଙ୍କ ପାଖରେ ଲାଗି ହେଉଥିବା ରସାବଳୀକୁ ଦୁଇବର୍ଷ ପୂର୍ବେ ଜିଆଇ ଟ୍ୟାଗ ମିଳିସାରିଛି । ଓଡ଼ିଶାର ଏହି ପାରମ୍ପରିକ ମିଠାକୁ ବିଶ୍ଵଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଓଁ ସାଇ ଟ୍ରଷ୍ଟ ଓ ନୀଳାଚଳ ସେବାସଙ୍ଘ ମିଳିତ ଆନୁକୂଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଅବସରରେ ନୂଆଦିଲ୍ଲୀ ସ୍ଥିତ ହଜଖସ ଜଗନ୍ନାଥ ମନ୍ଦିରରେ ରସାବଳୀ ଦିବସ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭକ୍ତମାନଙ୍କୁ ରସାବଳୀ ବାଣ୍ଟିବା ସହ ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଡ଼ଃ ଜୟଶ୍ରୀ ଧଳଙ୍କ ରସାବଳୀ ଉପରର କଣ୍ଠଦାନ କରିଥିବା ସଙ୍ଗୀତ ରସରସିଆ ରସାବଳୀରେ ଝୁମିଥିଲେ ଦର୍ଶକ । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ବିଶିଷ୍ଟ ସମାଜସେବୀ ରବି ପ୍ରଧାନ ଯୋଗଦେଇଥିବା ବେଳେ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓଁ ସାଇଟ୍ରଷ୍ଟ ର ଅଧ୍ୟକ୍ଷା ଜ୍ୟୋସ୍ନାମୟୀ ପରିଡା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page