ନୃତ୍ୟ ଅନୁଷ୍ଠାନ ଡେନିମ ଆଣ୍ଡ ବ୍ଲୁସ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ଦିବସ ଅନୁଷ୍ଠିତ

ଭୁବନେଶ୍ୱର: ନୃତ୍ୟ ଅନୁଷ୍ଠାନ ଡେନିମ ଆଣ୍ଡ ବ୍ଲୁସ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ଦିବସ ୨୦୨୫ ସ୍ଥାନୀୟ ପ୍ରିନ୍ସ ହୋଟେଲ ପରିସରରେ ସାମ୍ବାଦିକ ସତ୍ୟ ପାଣିଗ୍ରାହୀଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ସୁବାର୍ତ୍ତା ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ ଅତିଥି ଭାବେ ବଡ଼ ଖବର ର ସମ୍ପାଦକ ଅର୍ଧେନ୍ଦୁ ଦାସ, ସାହିତ୍ୟିକ ନୀଳାଦ୍ରି ଭୂଷଣ ମହାପାତ୍ର, ଉତ୍କଳ ବୁଲେଟିନ ସମ୍ପାଦକ ଅରବିନ୍ଦ ତ୍ରିପାଠୀ, ଗଣମାଧ୍ୟମ ସଂଯୋଜକ ବାଳକୃଷ୍ଣ ରାଉତ, କୃଷ୍ଣ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ରହିବା ସହ ବର୍ତମାନ ସମୟରେ ଗଣମାଧ୍ୟମ ବହୁ ବାଧା ବିଘ୍ନର ସମ୍ମୁଖୀନ ହେଉଛି ବୋଲି ମତବ୍ୟକ୍ତ କରିଥିଲେ l ଗଣମାଧ୍ୟମ ର ପଥ ବହୁ କଣ୍ଟକିତ l ସତ୍ୟ, ନିରପେକ୍ଷ ଖବର ପରିବେଷଣ କରିବାରେ ସାମ୍ବାଦିକ ଙ୍କୁ ସମୟ ସମୟ ରେ ବହୁମୁଲ୍ୟ ଦେବାକୁ ପଡିଥାଏ ବୋଲି ଶ୍ରୀଯୁକ୍ତ ଶତପଥି ମତବ୍ୟକ୍ତ କରିଥିଲେ l ଡେନିମ ବ୍ଲୁସ ଓ Hampti, dumti ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ପହଲଗାଁ ଆତଙ୍କବାଦୀ ଆକ୍ରମଣରେ ମୃତକ ବ୍ୟକ୍ତି ବିଶେଷ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ଏହି ଅବସରରେ ବିଭିନ୍ନ ସମ୍ବାଦପତ୍ର ପ୍ରଦର୍ଶନୀ କରାଯାଇଥିଲା l ଏହିପରି କାର୍ଯ୍ୟକ୍ରମ ଆଗାମୀ ପୀଢ଼ି ଙ୍କୁ ନୂତନ ପ୍ରେରଣା ଦେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଡେନିମ ବ୍ଲୁସ ର ନିର୍ଦ୍ଧେଶକ ପ୍ରିୟାଂଶୁ ପ୍ରିୟଦେବ ଧନ୍ୟବାଦ ଅର୍ପଣ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page