କଳାହାଣ୍ଡି, ୧୭/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଗୋକୁଲଶର ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପଞ୍ଚାୟତ ସ୍ତରୀୟ କିଶୋର କିଶୋରୀ ମେଳା ତଥା ଶିଶୁ ଙ୍କ ପାଇଁ ଦିନଟିଏ ସଚେତନା କାର୍ଯ୍ୟକ୍ରମ ସକାଳ ଏଗାର ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଉତ୍କେଳା ସେକ୍ଟର ସୁପରଭାଇଜର ଶ୍ରୀମତି ସ୍ୱର୍ଣଲତା ଦାସ, ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଗୀତା ଚୌଧୁରୀ ଓ ସସ୍ମିତା ସାହୁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ପ୍ରମୁଖ ଉପସ୍ଥିତ ରହି ବାଲ୍ୟ ବିବାହ ନ କରିବା ପାଇଁ ପ୍ରତି ଗ୍ରାମ ସ୍ତରରେ ଲୋକଙ୍କୁ ସଚେତନ କରିବା, ଗର୍ଭବତି ମାଁ ଓ ପ୍ରସୂତି

ମାଁଙ୍କ ଯତ୍ନ ନେବା, ପୁଷ୍ଟି ସାର, ସ୍ଵେତସାର, ସ୍ନେହ ସାର ଯୁକ୍ତ ଖାଦ୍ୟ ନିୟମିତ ଖାଇବା, କଞ୍ଚା ପନିପରିବା କ୍ଷୀର ଜାତୀୟ ଖାଦ୍ୟ ଖାଇବା ସହିତ ଫଳ ମୂଳ ଖାଇବା ଆଦି ବିଷୟରେ ଆଲୋଚନା କରିଥିଲେ। ତାପରେ ବାଲ୍ୟ ବିବାହ ନ କରିବା ଉପରେ ବକୃତା, ସଙ୍ଗୀତ ପ୍ରତିଯୋଗୀତା ଓ ନୃତ୍ୟ ପ୍ରତିଗୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ କିଶୋରୀ ବାଳିକା, ଗର୍ଭବତୀ ମାଁ, ଆଶା କର୍ମୀ ତଥା ସେକ୍ଟରର ସମସ୍ତ ଅଙ୍ଗନୱାଡ଼ି ଦିଦି ଉପସ୍ଥିତ ଥିଲେ।

(କଳାହାଣ୍ଡି ଭବାନୀପାଟଣାରୁ ଜଗନ୍ନାଥ ନାଏକଙ୍କ ରିପୋର୍ଟ)