ପଣ୍ଡିଗାଁ ଗୌନ୍ତିଆ ପଡା ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଗୁରୁତର

କଳାହାଣ୍ଡି୧୬/୦୧(ପ୍ୟାରିଲାଲ ଦୁର୍ଗା): କଲମପୁର ଥାନା ଅର୍ନ୍ତଗତ ପଣ୍ଡିଗାଁ ଗୌନ୍ତିଆ ପଡା ନିକଟରେ ଏକ ଅଜଣା ଗାଡି ଧକ୍କାରେ ଦୁଇଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ମାନେ ହେଲେ ପାତ୍ରବସା ଗ୍ରାମର ବଳଦେବ ମାଝି (୫୪) ଓ ଅନ୍ୟଜଣେ ହେଲେ ବରଦୋଳି ଗ୍ରାମର ବନ ବିହାରି (୬୫) ବୋଲି ଜଣା ପଡିଛି। କୌଣସି ଏକ ଅଜଣା ଗାଡି ଏମାନଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିବା ବେଳେ ବଳଦେବ ମାଝିଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ଚିକିତ୍ସାଳୟ ଭବାନୀପାଟଣା କୁ ସ୍ଥାନାନ୍ତର କରାଯାଇଛି। ପଥଚାରୀ ମାନେ ଆମ୍ବୁଲାନ୍ସ କୁ ଖବର ଦେବାପରେ ଉଭୟଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ପୋଲିସକୁ ସୂଚନା ଦିଆଯାଇଥିଲା। ଥାନା ପକ୍ଷରୁ ଏକ କେଶ ରୁଜୁ କରି କଲମପୁର ଥାନା ଏ.ଏସ.ଆଇ ଡୋଲାମଣୀ ବିଶି ଙ୍କ ସହ ତିନିଜଣ ପୋଲିସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ କରି ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page