ପଥଚାରି କୁ ଧକ୍କା ଦେଲା ବାଇକ, ଦୁଇଜଣ ଗୁରୁତର

କଳାହାଣ୍ଡି, ୨୯/୧): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଧଅଁରପୂର ପଞ୍ଚାୟତ ଆମଗୁଡା ନିକଟରେ ପଥଚାରି କୁ ବାଇକ ଧକ୍କା ଦେବାରୁ ଦୁଇଜଣ ଗୁରୁତ ହୋଇଥିଲେ। ଗୁରୁତର ମାନେ ହେଲେ ଆମଗୁଡା ଗ୍ରାମର ରଏନି ମାଝୀ ଏବଂ ଶାଗବାହାଳୀ ଗ୍ରାମର ଚନ୍ଦ୍ର ବାଗ | ସୂଚନା ମୁତାବକ ରଏନି ମାଝୀ ନିଜ ଘରୁ ଗାଁ ସ୍ଥିତ ବିଳକୁ ଯାଉଥିବା ବେଳେ ଶାଗବାହାଳୀ ଗ୍ରାମରୁ ଚନ୍ଦ୍ର ବାଗ ଆମଗୁଡା ରାସ୍ତାରେ ବାଇକ ଯୋଗେ ଯାଉଥିବା ବେଳେ ରଏନି ମାଝୀ ଙ୍କୁ ନେଇ ଧକ୍କା ଦେଇଥିଲେ । ଯାହାରୀ ଫଳରେ ଦୁଇ ଜଣ ଗୁରୁତର ହୋଇଥିଲେ। ଦୁଇ ଗୁରୁତର ଙ୍କୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ। ଦୁଇଜଣ ଅଧିକ ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page