ଭୁବନେଶ୍ୱର ତା 21ରିଖ l ନିଖିଳ ଓଡିଶା ପାଚିକା ରାଜ୍ୟ ସଂଘର ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱ ରେ ଗାନ୍ଧୀ ମାର୍ଗରେ ଆହୋରlତ୍ର ଧାରଣାର ଆଜିଥିଲା ପଞ୍ଚମ ଦିନ l କାଲି କୁଟା କାମୁଡି ପ୍ରତିବାଦ ପରେ ପରି ଆଜି ମଧ୍ୟ ଧୁ ଧୁ ଖରାରେ ପେଟରେ ଓଦା କନା ପକାଇ ରାସ୍ତାରେ ସୋଇ ହଜାର ହଜାର ପାଚିକା ମା ମାନେ ଅଭିନବ ଢଙ୍ଗରେ ପ୍ରତିବlଦ କରିଥିଲେ l ଗତକାଲି ଏକାମ୍ର ବିଧାୟକ ବାବୁ ସିଂ ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଧାରଣା ସ୍ଥଳ କୁ ଅlସି ସମସ୍ତ ଦାବୀ ଶୁଣିବା ପରେ ସନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆଲୋଚନା ପାଇଁ ସ୍ଥିର ହୋଇଥିଲା l ହେଲେ ଆଜି ସକାଳ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାରୁ ଆଜି ପାଚିକା ମା ମାନେ ବାଧ୍ୟ ହୋଇ ପୁଣି ରାଜରାସ୍ତାରେ ପ୍ରତିବାଦ କରିଥିଲେ l ପ୍ରାୟ 37 ଡିଗ୍ରୀ ଖରାରେ ବସି ରହିବା ପରେ ପାଞ୍ଚ ଦିନ ହେଲା ଅପେକ୍ଷା କରି କରି ଧୈର୍ଯ୍ୟ ହରା ହୋଇ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖା କରିବାକୁ ବ୍ୟାରିକେଡ଼ ଭାଙ୍ଗି ପଶିବାକୁ ଉଦ୍ୟମ କରିବାରେ ପୋଲିସ ମାନଙ୍କ ସହିତ ଧସ୍ତା ଧସ୍ତି ହୋଇଥିଲା l ପରେ ସଙ୍ଘର ଏକ ପ୍ରତିନିଧି ମଣ୍ଡଳୀ ପ୍ରଥମେ ଗଣଶିକ୍ଷା ସଚିବ ଏନ ତିରୁମାଲା ନାୟକଙ୍କ ସହିତ ଆଲୋଚନା କରିଥିଲେ l କୌଣସି ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପାଇଁ ତାଙ୍କ ବାସଭବନକୁ ଯାଇଥିଲେ l ହେଲେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତ ଯୋଗୁଁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ସହିତ ବିଧାୟକ ବାବୁ ସିଂ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ଆଲୋଚନା ହୋଇଥିଲା l ସମସ୍ତ ପାଚିକା ମାନଙ୍କୁ ଏକ ମାସ ଭିତରେ ପରିଚୟ ପତ୍ର ପ୍ରଦାନ, ଅଙ୍ଗନ ବାଡ଼ି ସହାୟକଙ୍କ ଦରମା ଭଳି 5800 ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସକାରାତ୍ମକ ପ୍ରସ୍ତାବ ଉପରେ ସ୍ୱତନ୍ତ୍ର ପଦକ୍ଷେପ ପାଇଁ କମିଟି ଗଠନ , ପ୍ରତି ମାସର 10 ତାରିଖ ସୁଦ୍ଧା ଦରମା ପ୍ରଦାନ ଆଦି ପ୍ରସ୍ତାବ କୁ ଗ୍ରହଣ କରି ନେଇଥିଲେ l ପ୍ରକାଶ ଥାଉ କି କୁପୋଷଣ ଦୂର ସହ ବିଦ୍ୟାଳୟ ପ୍ରତି ଆକର୍ଷିତ କରିଥିବା ମଧ୍ୟାହ୍ନ ଭୋଜନ ଯୋଜନାର ମୁଖ୍ୟ କାର୍ଯ୍ୟ ଦାୟକ ରାନ୍ଧୁଥିବା ପାଚିକା l ରାଜ୍ୟରେ ପ୍ରାୟ 1 ଲକ୍ଷ 10 ହଜାର ପାଚିକା ମାସକୁ 3 ହଜାର ଓ ଦଶ ମାସର ଦରମା ବାବଦରେ ବାର୍ଷିକ 30 ହଜାର ଟଙ୍କା ରେ ଦୈନିକ ମାତ୍ର 80 ଟଙ୍କା ପାଇଥାନ୍ତି l

ହେଲେ ସେମାନଙ୍କୁ ଏପର୍ଯ୍ୟନ୍ତ ତିନି ମାସର ଦରମା ମିଳିନି l ଦୀର୍ଘ 30 ବର୍ଷ ଯୋଜନା ଆରମ୍ଭ ବେଳେରୁ ପାଚିକା ମାନେ ଦିନ 9 ଟାରୁ ଅସି ମଧ୍ୟାହ୍ନ ଭୋଜନ ରାନ୍ଧିବା ସହ ସ୍କୁଲ ଓଲେଇ ସଫା,ବାସନ ଧୂଆ, ଛୋଟ ଛୋଟ ପିଲାଙ୍କୁ ଖୁଆଇବା ସହ ଶୌଚ ମଧ୍ୟ କରି ଦେଇଥାନ୍ତି l ଦୀର୍ଘ ବର୍ଷ ପରେ ଏମାନଙ୍କୁ ଏପର୍ଯ୍ୟନ୍ତ ସାମାନ୍ୟ ତମ ସ୍ୱୀକୃତି, ପରିଚୟ ପତ୍ର କି ଚୁକ୍ତି ପତ୍ର ଦିଆଯାଇନି l ଆଜିର ଆଲୋଚନା ପରେ ଯଦି କାର୍ଯ୍ୟକାରୀ ହୁଏ ତେବେ ତାଙ୍କୁ ଅନ୍ତତଃ ପକ୍ଷେ ମୁଖ୍ୟ ଦାବୀ ପୂରଣ ହେବ ବୋଲି ଧାରଣାରେ ସମର୍ଥନ ଦେଇଥିବା ଓଡିଶା ଅଭିଭାବକ ମହାସଙ୍ଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି l l ସରକାର ଦୌନିକ ସର୍ବନିମ୍ନ ମଜୁରୀ 462 ଟଙ୍କା ପାଚିକାଙ୍କୁ ଦେବା, l ପ୍ରତିଦିନ ଶିକ୍ଷକ ଓ କମିଟି ଲୋକ ବାହାର କରିଦେବୁ ବୋଲି ଧମକର ପରିସମାପ୍ତି l ଅଙ୍ଗନବାଡିରେ ସହାୟକ ପିଲାଙ୍କୁ ଶୁଖିଲା ଖାଦ୍ୟ ଦେଇ 5800 ପ୍ରାପ୍ୟ ତେଣୁ ସେତିକି ଦେବ l 25 ପିଲାରୁ କମ ହୋଇଗଲେ ଜଣଙ୍କୁ ବାହାର ନ କରି ବାଲ ବଟିକା ରେ ନିଯୁକ୍ତ l ସlମାଜିକ ସୁରକ୍ଷା, ବୀମା l ରୋଷେଇ ବେଳେ ଦୁର୍ଘଟଣାରେ ମୃତାହତରେ କ୍ଷତିପୂରଣ କିମ୍ବା ସାହାର୍ଯ୍ୟ l ବିଦ୍ୟାଳୟ ମିଶ୍ରଣ ଯୋଜନା ଆଳରେ ମଧ୍ୟ ଦୀର୍ଘ ବର୍ଷ ଧରି ରାନ୍ଧୁଥିବା ଅନେକ ମା ମାନଙ୍କୁ ବାହାର କରି ଦେବା ଆଦି ବିଷୟରେ ଆଲୋଚନା ହୋଇଥିଲା l ଏ ସଂକ୍ରାନ୍ତ ରେ ବିହିତ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା l ବର୍ତମାନ ପାଇଁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି l ଆସନ୍ତା ଦିନରେ ଆବଶ୍ୟକ ଅନୁଯାଇ ପଦକ୍ଷେପ ନିଆଯିବ ବୋଲି ସଙ୍ଘ କହିଛି l ଆଜିର ପ୍ରତିନିଧି ମଣ୍ଡଳୀରେ କାର୍ଯ୍ୟକାରୀ ସଭାପତି ସରୋଜିନୀ କୁମରା, ଉପ ସଭାପତି ଶାନ୍ତି ଲୋହାର, ସମ୍ପାଦିକା ସଞ୍ଜୁଲତା ବିଶ୍ୱାଳ, ସନ୍ଧ୍ୟାରାଣୀ ସ୍ୱାଇଁ, ସଂଯୁକ୍ତା ବିଷୋୟୀ, ଗାୟତ୍ରୀ ମହାରଣା ଆଦି ଆଲୋଚନା କରିଥିଲେ l