ପହଲଗାମ ପର୍ଯ୍ୟଟକ ମାନଙ୍କ ହତ୍ୟା ବିରୋଧ ରେ ଜନ କଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା

ଧର୍ମଗଡ, ୨୮/୪/୨୫ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ):  ପହଲ ଗାମ ପର୍ଯ୍ୟଟକ ମାନଙ୍କ ଉପରେ ଆତଙ୍କବାଦୀ ମାନେ ୨୭ରୁ ଉର୍ଦ୍ଧ୍ବ ଙ୍କୁ ନିହତ କରିଥିବା ଘଟଣାକୁ ତୀବ୍ର ନିନ୍ଦା କରି ମୃତ ବ୍ୟକ୍ତି ମାନଙ୍କ ପାଇଁ  ସାରା ଭାରତ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତାଙ୍କ ପରିବାରଙ୍କ ମଙ୍ଗଳ କାମନା ନିମନ୍ତେ ପ୍ରାର୍ଥନା କରିଥିଲେ । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଜନକଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ  ଦଶପୁର, ଟେମରି ବୁଦ୍ଧିଜିବି ଙ୍କ ସହୋଯୋଗ ରେ  ଆଜି ଦଶପୁର ପୋଲିସ ଫାଣ୍ଡିରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ କେଣ୍ଡେଳ ଶୋଭାଯାତ୍ରା ବାହାରିଥିଲା । ଏହି କେଣ୍ଡିଲ ଯାତ୍ରାରେ ଦଶପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ରଞ୍ଜନ ସାହୁ,ଦଶପୁର ପୋଲିସ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପଣ୍ଡା ଓ କନେଷ୍ଟବଳ, ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତି, ସରୋଜ କୁମାର ମୁଣ୍ଡ, ପୀତାମ୍ବର ବେହେରା, ଜନ୍ମେଜୟ ନାଏକ, କପୁରଚନ ସେଠୀଆ, ମୁରଲୀ ବାଗ, ହିମାଂଶୁ ଭୋଇ, ଧର୍ମେନ୍ଦ୍ର ଦୀପ, ଡମ୍ବରୁ ଭୋଇ, ଭୋଜରାଜ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page