ପହଲଗ୍ରାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର, 25/04/25: ଜାମ୍ମୁ କାଶ୍ମୀର ର ପହଲ ଗ୍ରାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସହିତ ଆତଙ୍କବାଦୀ ମାନଙ୍କୁ କଠୋର ଦଣ୍ଡବିଧାନ କରିବାକୁ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀ ଙ୍କ ସଂଯୋଜନା ରେ ସ୍ଥାନୀୟ ବୁଦ୍ଧ ମନ୍ଦିର ଗେଟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି l ଆତଙ୍କବାଦୀ କାର୍ଯ୍ୟକଳାପ ଓ ଆତଙ୍କବାଦୀଙ୍କୁ କଠୋର ରୁ କଠୋର ଦଣ୍ଡ ବିଧାନ ଭାରତ ସରକାର କରିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ ସହିତ ଦାବି କରାଯାଇଥିଲା l ମୃତ୍ୟୁ ବରଣ କରିଥିବା ପର୍ୟ୍ୟଟକଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣସହ ପାକିସ୍ତାନ ବିରୋଧରେ ସ୍ଲୋଗାନ ଦିଆଯାଇଥିଲା l ଏହିପରି ଘଟଣା କୁ ଘୋର ନିନ୍ଦା ଓ ପାକିସ୍ତାନ ର କାପୁରୁଷ ଆଚରଣ ବୋଲି ସମ୍ପାଦକ ମତ ବ୍ୟକ୍ତ କରିଥିଲେ l ସାମ୍ବାଦିକା ରୀନା ମହାନ୍ତି, ସମାଜ ସେବୀ ନାରାୟଣ ଖୁଣ୍ଟିଆ, ପ୍ରଜ୍ଞା ପଟନାୟକ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page