ପୋଇଗୁଡ଼ା ରେ ଅଷ୍ଟପ୍ରହର ନାମ ଯଜ୍ଞ ଉଦଯାପନ

ଦାରିଙ୍ଗବାଡି ତା ୧୩/୨ : ବ୍ରାହ୍ମଣୀଗାଁ ପଞ୍ଚାୟତ ଅନ୍ତର୍ଗତ ପୋଇଗୁଡ଼ା ଗ୍ରାମର ରେ ଧୁମ୍ ଧାମରେ ଅଷ୍ଟପ୍ରହରୀ ଯଜ୍ଞ ସମାପନ ହୋଇଯାଇଛି। ଏହି ଅବସରରେ ଶ୍ରଦ୍ଧାଳୁ ମାନେ କଳସ ଯାତ୍ରା କରି ନଗର ପରିକ୍ରମା କରିଥିଲେ। ଚଳିତ ମାଘ ମାସ ଶୁକ୍ଳ ପକ୍ଷ ତ୍ରଦଶୀତା ଠାରୁ ମାଘ ଶୁକ୍ଳ ଚତୁ୍ଦ୍ଦଶୀ ପର୍ଯ୍ୟନ୍ତ ପଣ୍ତିତ ଶ୍ରୀ ଦଣ୍ଡପାଣି ତ୍ରିପାଠୀ ଓ ପୁଅ ସୋମୀୟ ରଞ୍ଜନ ତ୍ରିପାଠୀ ଙ୍କ ପୌରହିତ୍ୟ ରେ ସୋମବାର ଦିନ ସକାଳ ୧୦ ଘ ସମୟ ରେ ଗ୍ରାମଦେବତୀ ପୀଠ ପ୍ରାଙ୍ଗଣ ରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇ ମଙ୍ଗଳବାର ଦିନ ୧୨ ଘ ସମୟ ରେ ପୂର୍ଣାହୂତି ହୋଇଯାଇଛି। ଯଜ୍ଞ ଟି ୨ ଦିନ ଧରି ଚାଲିଥିବା ବେଳେ ବିଶ୍ବ ଶାନ୍ତି ମହାଯଜ୍ଞ , ଅଷ୍ଟ ପ୍ରହର ନାମ ଯଜ୍ଞ, ଜ୍ଞାନ ଯଜ୍ଞ, ଘୃତ ଯଜ୍ଞ, ଗୀତା ଯଜ୍ଞ, ଅନ୍ନ ଯଜ୍ଞ ଏବଂ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା । ୮ଗୋଟି ପଞ୍ଚାୟତ ସହ କନ୍ଧମାଳ ଜିଲ୍ଲା ସୀମାକୁ ଲାଗିଥିବା ଆଖପାଖ ଜିଲ୍ଲାର ବିଭି୍ନପ୍ରାନ୍ତରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ମାନେ ଅଂଶ ଗ୍ରହଣ କରିଥିଲେ । ଶ୍ରଦ୍ଧାଳୁ ମାନଙ୍କର ଅଧିକ ଭିଡ଼ ଦେଖିବାକୁ ମିଳିଥିଲା। ଶାନ୍ତି ଶୃଙ୍ଖଳା ର ସହ କାର୍ଯ୍ୟ ଟି ସମାପନ ହୋଇଯାଇଛି । ଗ୍ରାମ୍ୟ ପରିଚାଳନା କମିଟି , ଶ୍ରୀରାମ ଯୁବକ ସଂଘ , ପାଟଖଣ୍ଡା ମହିଳା ସଂଘ ଏବଂ ଗ୍ରାମବାସୀ ବୃନ୍ଦ ଉକ୍ତ ଯଜ୍ଞ ରେ ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page