ପ୍ରଥମ ବିରାଟ  ରାମଲୀଳା ମହୋତ୍ସବ ପାଳନ

ଗୋଲାମୁଣ୍ଡା,(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ):  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ  ଗ୍ରାମ ପଂଚାୟତ ଅଧିନରେ ଥିବା କର୍ଲାଗୁଡା ଗ୍ରାମରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଲୀଳା ମହୋତ୍ସବ  ଅନୁଷ୍ଠିତ ହୋଇଯାଇଅଛି।  ଉକ୍ତ ମହୋତ୍ସବ ତିନି ଦିନ ଧରି ପାଳନ ହେବା ବେଳେ ପ୍ରଥମ ଦିନ  ରାବଣ ଦରବାର ରାମ ବନବାସ ଓ ସୀତା ଚୋରୀ, ଦ୍ୱିତୀୟ ଦିନରେ ରାବଣ ଦରବାର ରେ ରାମ ଲକ୍ଷ୍ମଣ ଓ ହନୁମାନଙ୍କ ଭେଟ, ସୁଗ୍ରୀବ ସହିତ ମିତ୍ରତା ଓ ଲଙ୍କାପୋଡି ଏବଂ ଅନ୍ତିମ ଦିନ ବା ତୃତୀୟ ଦିନରେ ବିଭୀଷଣ ବିତାଡିତ ଇନ୍ଦ୍ରଜିତ ବଧ ଓ ରାବଣ ବଧ ହେବା ନେଇ ସୂଚନା ଦିଆ ଯାଇଛି। ମହୋତ୍ସବ କୁ ଦେଖିବା ପାଇଁ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ, ପୁରୁଷ ଓ ମହିଳା ମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମଟିକୁ ମନଭରି ଉପଭୋଗ କରିଥିଲେ। ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି ଯୁବ ନେତା ରୁପେଶ ଜଏନ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ  ଆଦିତ୍ୟ କୁମାର ମୁଣ୍ଡ, ସମାଜ ସେବୀ ସରୋଜ କୁମାର ନିଆଳ, ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତି, ସରୋଜ କୁମାର ମୁଣ୍ଡ,  କପୁରଚନ ସେଠୀଆ, ପିତାମ୍ବର ବେହେରା, ଚନ୍ଦ୍ରଧ୍ୱଜ କେତକୀ, ଜନ୍ମେଜୟ ନାଏକ,  କୃଷ୍ଟଚନ୍ଦ୍ର ମହନନ୍ଦ ଓ ହିମାଂଶୁ ଭୋଇ ଉପସ୍ଥିତ ଥିଲେ। ରାବଣ ଦରବାର ରେ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘର କାର୍ଯ୍ୟ କଳାପ କୁ ନେଇ ମହାରାଜ ରାବଣ ଙ୍କ ମୁକ୍ତ ହସ୍ତରୁ ସମସ୍ତ ସାମ୍ୱାଦିକ ବନ୍ଧୁ ମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ମହାରାଜ ସୁମନ ମେହେର ରାବଣ ଅଭିନୟ କରିଥିବା ବେଳେ ଦର୍ଶକ ମାନେ ଅତି ଆନନ୍ଦ ଅନୁଭବ କରି ଥିଲେ ।ଏହି ଅବସରରେ ଗୋଲାମୁଣ୍ଡା ବ୍ଲକର କର୍ଲାଗୁଡା ଗ୍ରାମରେ ଏହା ଏକ  ନୃତନ ମହୋତ୍ସବ ଦେଖିବାକୁ ମିଲିଥିବାରୁ ଆୟୋଜକ ବିଶ୍ୱଜିତ ପ୍ରଧାନ  ଓ କମିଟି ଙ୍କୁ ଅଞ୍ଚଳ ବାସୀ ଧନ୍ୟବାଦ  ଜଣାଇଥିଲେ । ମହାରାଜା ରାବଣ ଙ୍କ ନିର୍ଦ୍ଦେଶ କ୍ରମେ ବାହାନ ପ୍ରଧାନ ସୁନ୍ଦର ଭାବେ ମଞ୍ଚ ପରିବେଷଣ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page