ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ରୁହନ୍ତୁ: CWS ହସ୍ପିଟାଲ ମାନବସମ୍ବଳ ବିକାଶ ମୁଖ୍ୟ ରଞ୍ଜୁରାଣୀ ନନ୍ଦ

ରାଉରକେଲା: ରାଜ୍ୟରେ ବର୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି । ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀରୁ ଅଧିକା ତାପମାତ୍ରା ଏପରିକି ୪୩ ଡିଗ୍ରୀରୁ ଅଧିକା ରହିଥିବାର ପରିଲକ୍ଷିତ ହେଉଛି । ଏହିପରିପ୍ରେକ୍ଷୀରେ ଷ୍ଟିଲ୍ ସିଟି ରାଉରକେଲାର ସିଡବ୍ଲୁ୍ୟଏସ୍ ହସ୍ପିଟାଲରେ କାର୍ଯ୍ୟରତ ଥିବା ମାନବସମ୍ବଳ ବିକାଶ ମୁଖ୍ୟ ତଥା ସମାଜସେବିକା ରଞ୍ଜୁରାଣୀ ନନ୍ଦ ମତବ୍ୟକ୍ତ କରି କହିଛନ୍ତି ଯେ ଏହି ହସ୍ପିଟାଲରେ ଅଂଶୁଘାତର ମୁକାବିଲା ଓ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମର ସମସ୍ତ ମେଡିକାଲ୍ ଷ୍ଟାଫ୍ ସଜାଗ ଓ ତତ୍ପର ଅଛନ୍ତି । ପାନୀୟ ଜଳ ଯୋଗାଣ

ଠାରୁ ଆରମ୍ଭ କରି କିପରି ସାଧାରଣ ରୋଗୀଟିଏ ସମସ୍ତ ସୁବିଧା ସ୍ୱାସ୍ଥ୍ୟସେବା ପାଇପାରିବ ଏବଂ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବାରିବ ତାହା ଉପରେ ଆମେ ନଜର ରଖିବା ସହିତ ଜନସାଧାରଣଙ୍କୁ ସଚେତନତା କରିଆସୁଛୁ । ସେ କହିଥିଲେ ଯେ ନିହାତି ଆବଶ୍ୟକ ନହେଲେ ଖରାକୁ ବାହାରନ୍ତୁ ନାହିଁ । ଅଧିକାରୁ ଅଧିକା ପାଣି ପିଇବା ସହ ଯଦି ଶରୀରରୁ ଜଳୀୟ ଅଂଶ କମିଯାଉଛି ତେବେ ଓଆର୍ଏସ୍ ପାଣିରେ ମିଶାଇ ପିଅନ୍ତୁ । ସାଙ୍ଗରେ ସର୍ବଦା ଛତା ଓ ଜୋତା ବ୍ୟବହାର କରିବା ସହିତ ରାଜ୍ୟ ସରକାରଙ୍କ ନିୟମଗୁଡ଼ିକୁ ସର୍ବଦା ଅନୁପାଳନ କରନ୍ତୁ ।
ରିପୋର୍ଟ – ପ୍ରିୟବ୍ରତ ବାରିକ, ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News