ଫିରିଙ୍ଗିଆରେ ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମ ସହ ପଥପ୍ରାନ୍ତ ସଭା

ଫିରିଙ୍ଗିଆ,୫l୩ : ଫିରିଙ୍ଗିଅ ବ୍ଲକର ସମସ୍ତ ବ୍ଲକ ମୁଖ୍ୟାଳୟଠାରୁ ଆରମ୍ଭ କରି ପଂଚାୟତ ମାନଙ୍କରେ ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମ ସହ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁରୂପ ଭାବେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟଠାରୁ ଆରମ୍ଭ କରି ସମସ୍ତ ପଞ୍ଚାୟତ ମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଫିରିଙ୍ଗିଆ ବ୍ଲକର ଫିରିଙ୍ଗିଆ ପଞ୍ଚାୟତରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବ୍ଲକ ସମନ୍ବିତ ମହିଳା ଓ ଶିଶୁ ବିକାଶ ଅଧୂକାରିଣୀ ନିବେଦିତା ପ୍ରଧାନ ମୁଖ୍ୟ ଅତି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକଙ୍କ ପ୍ରତିନିଧୂ ଅକ୍ଷୟ କୁମାର କଟା, ଅଙ୍ଗନବାଡି ପରିଦର୍ଶିକା ରନ୍ଧାବତୀ ବେହେରା, ଏବିଓ ସାନନ୍ଦ ଅମାତ, ଜିପିଏଲଏଫ ସଭା ମାମୁନି ପ୍ରଧାନ ଏମ୍ବିକେ ବୈଜୟନ୍ତି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରା ବାହାରି ଫିରିଙ୍ଗିଆର ମୁଖ୍ୟ ବଜାର ଦେଇ ଇନ୍ଦିରାଗାନ୍ଧୀ ଛକ, ଆମ୍ବୁଆ ଛକ ସହ ବ୍ଲକ ଛକ ପର୍ଯ୍ୟନ୍ତ ପହଂଚି ଥିବାବେଳେ ବିଭିନ୍ନ ଛକମାନଙ୍କରେ ପଥପ୍ରାନ୍ତ ସଭା ମାଧ୍ୟମରେ ସଚେତନତା କରାଯାଇଥିଲା । ଏଥିରେ ସ୍ଵୟଂ ସହାୟକ ଗୋଷ୍ଠିର ମହିଳାମାନେ ସାମିଲ ହୋଇଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page