ସିନେମା ହଲରେ ପ୍ରଶଂସା ସାଉଣ୍ଟୁଛି ଫିଲ୍ମ ‘ପରବ’
ଭୁବନେଶ୍ବର: ଓଡ଼ିଶା ଆନ୍ଧ୍ର ସୀମାନ୍ତର ସତ ଘଟଣା ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ପରବ୍’ ଶୁକ୍ରବାର ମୁକ୍ତିଲାଭ କରିସାରିଛି।। ୧୯୩୬ ମସିହା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପରେ ଆନ୍ଧ୍ରପ୍ରଦେଶରେ ରହି ଯାଇଥିବା ଓଡ଼ିଆମାନଙ୍କ ଦୁଃଖ, ଯନ୍ତ୍ରଣା ସମେତ ସୀମାନ୍ତରେ ଦୁଇ ରାଜ୍ୟ ଭିତରେ ଲାଗି ରହିଥିବା ବିବାଦ ଚଳଚ୍ଚିତ୍ର ଉପରେ ଆଧାର କରି ଚଳଚ୍ଚିତ୍ରଟି ପରଦାକୁ ଆସିଛି।। ଜେପି ମୋସନ ପିକ୍ଚର୍ସ ବ୍ୟାନରରେ ନିର୍ମାଣ କରାଯାଇଥିବାବେଳେ ଯୁବ ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କ ପ୍ରଯୋଜନା କରିଛନ୍ତି। ଏହି ଚଳଚ୍ଚିତ୍ର ଓଡ଼ିଆ, ହିନ୍ଦୀ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। ଏ ଚଳଚ୍ଚିତ୍ରରେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଏକାଠି ଦେଖିବାକୁ ପାଉଛନ୍ତି ସିନେପ୍ରେମୀ।। ଏଥିସହ ଅଭିନେତା ଦୀପନ୍ୱିତ ଦାସ ମହାପାତ୍ର, ସୂର୍ୟ୍ୟମୟୀ ମହାପାତ୍ର, ବରିଷ୍ଠ ଅଭିନେତା ଚୌଧୁରୀ ଜୟ ପ୍ରକାଶ ଦାସଙ୍କ ସମେତ ଅନେକ ଆଗଧାଡ଼ିର କଳାକାର ଅଭିନୟ କରିଛନ୍ତି। ଶୁକ୍ରବାର ଓଡ଼ିଆ ଭାଷାରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିବା ବେଳେ ଆସନ୍ତା ଜାନୁଆରି ୨ରେ ଅନ୍ୟ ଦୁଇ ଭାଷାରେ ରିଲିଜ୍ ହେବ। ଶ୍ରୀୟା ସିନେମା ହଲ୍ରେ ଏକ ସ୍ବତନ୍ତ୍ର ସ୍କ୍ରିନିଂ କରାଯାଇଥିଲା। ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ପରବ୍ ଟିମ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଆ ସିନେପ୍ରେମୀଙ୍କୁ ପରବ୍ ଚଳଚ୍ଚିତ୍ର ଦେଖିବାକୁ ନିବେଦନ କରିଛନ୍ତି। ତେବେ ଚଳଚ୍ଚିତ୍ରରୁ ଆୟର କିଛି ଭାଗ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଆହ୍ୱାନ’ ଜରିଆରେ ସମାଜ ପାଇଁ ଦିଆଯିବ ବୋଲି ପ୍ରଯୋଜକ ଶ୍ରୀ ସାମଲ ଘୋଷଣା କରିଛନ୍ତି । ଭୁବନେଶ୍ବର ଏସ୍ପ୍ଲାନେଡ୍ରେ, ଡିଏନ୍ ରେଗାଲିଆରେ, ସିମ୍ଫୋନି ମଲ୍ରେ ଏବଂ ଉତ୍କଳ କନିକା ଗ୍ୟାଲେରିଆରେ ସୋ’ ଲାଗିଛି।