ବର୍ଷିୟାନ ବ୍ଯକ୍ତି ମହେଶ୍ବର ପ୍ରଧାନ ଏକ ଶତ ବର୍ଷ ପୂରଣ ସମାବେଶ

ପୁରୀଜିଲ୍ଲା ର ଗଡ଼ିଶାଗୋଦା ଥାନା ଅର୍ନ୍ତଗତ ଗୋପୀନାଥ ପୁର ଗ୍ରାମର ବର୍ଷିୟାନ ବ୍ଯକ୍ତି ମହେଶ୍ବର ପ୍ରଧାନ ଏକ ଶତ ବର୍ଷ ପୂରଣ କରିଛନ୍ତି । ସେହି ଅବସରରେ ଓଡିଶା ନାଗରିକ ମହାମଞ୍ଚ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ତରଫରୁ ପୂଣ୍ଯାତ୍ମା ବରେଣ୍ଯ ମହେଶ୍ବର ପ୍ରଧାନଙ୍କ ଚଳଚଞ୍ଚଳ ଶତବିଶାଶେ ବର୍ଷୀୟ ଆଧ୍ୟାତ୍ମିକ ଜୀବନ କାମନା ଓ ପ୍ରାର୍ଥନାନ୍ତେ ପୂଜ୍ଯ ପୂଜା ସମାବେଶରେ ପ୍ରାକ୍ତନ ଅବସରପ୍ରାପ୍ତ ଶିକ୍ଷକ ପ୍ରଭାକର ମଙ୍ଗରାଜ ପୁଷ୍ପଗୁଚ୍ଛ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଗଙ୍ଗାଧର ପ୍ରଧାନ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହା ସହିତ ଗୋପୀନାଥ ପୁର ଗ୍ରାମର ସୁଦର୍ଶନ ପ୍ରଧାନ, ବିଜୟ ପ୍ରଧାନ ,ଗଙ୍ଗାଧର ପ୍ରଧାନ, ଜାଗୁଳାଇପଦର ର ପାଇକମରାର ନିରଞ୍ଜନ ସାହୁ,କଉଡିଖଣି ର ପ୍ରଭାକର ବେହେରା ଓ ନିମାଇଁଚରଣ ସାହୁ ପ୍ରମୁଖ ବର୍ଷିୟାନ ବ୍ଯକ୍ତିଙ୍କ ଅଭିନନ୍ଦନ ଜଣାଇ ସୁସ୍ଥ ନିରାମୟ ଜୀବନ କାମନା କରି ଥିଲେ।ଶେଷରେ ମହେଶ୍ବର ପ୍ରଧାନଙ୍କ ସୁପୁତ୍ର ବଂଧୁ ଓ ପରିବାର ତରଫରୁ ଏଭଳି ଏକ କାର୍ଯ୍ୟକ୍ରମ ର ଆୟୋଜନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ କବି ଦିଲୀପ କୁମାର ଶ୍ରୀଚନ୍ଦନ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page