ବଲାଙ୍ଗୀର: ବଲାଙ୍ଗିର ଓଡ଼ିଶାକୁ ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ମାନ୍ୟତା ପ୍ରଦାନ କରିବା ଦିଗରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏପ୍ରିଲ ୨୮ ମଧୁବାବୁଙ୍କ ଜନ୍ମ ଦିନକୁ ସାରା ରାଜ୍ୟରେ ଲୟରସ’ ଡେ’ ଭାବରେ ପାଳନ କଲରାଯାଉଥିବା ବେଳେ ମଧୁସୂଦନ ଦାସଙ୍କ ପ୍ରଗତୀଶାଳି ଚିନ୍ତାଧାରା ଓ ମୁକଦ୍ଦମା ପରିଚାଳନା କ୍ଷେତ୍ରରେ ବ୍ୟବସାୟିକ ମନୋବୃତ୍ତି ନରଖି ନିଜର ମହକିଲଙ୍କ ପ୍ରତି ଉଦାର ମନୋଭାବ ପାଇଁ ସେ ସବୁଦିନ ସ୍ମରଣୀୟ ହୋଇରହିବେ । କୋର୍ଟରେ କାମ କରୁଥିବା ଓକିଲ ମାନେ ମଧୁବାବୁଙ୍କ ଏହି ଆଦର୍ଶରୁ ଶିକ୍ଷାଗ୍ରହଣ କରିବା ଉଚିତ ।
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ବାର୍ ହଲ୍ ଠାରେ ଆୟୋଜିତ ଲୟରସ’ ଡେ’ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହା କହିଛନ୍ତି ସ୍ପେସିଆଲ ଭିଜିଲାନ୍ସ ଜଜ୍ ମଳୟ ରଂଜନ ଦାଶ । ଆଇନ ପ୍ରକିୟାରେ ବାର ଓ ବେଞ୍ଚ ଅଙ୍ଗାଙ୍ଗୀ ଭାବେ ଜଡିତ । ଗୋଟିଏ ନ୍ୟାୟିକ ବ୍ୟବସ୍ଥାରେ ବାର୍ ବିନା ବେଂଚ ର ସ୍ଥିତି ଅସଂପୂର୍ଣ୍ଣ ଏବଂ ବେଂଚ ବିନା ମଧ୍ୟ ବାର ଅସଂପୂର୍ଣ୍ଣ ଅଟେ । କୋର୍ଟର ବିଚାରପତି ସମ୍ମୁଖରେ କୌଣସି କେଶ ଉପସ୍ଥାପନ କଲାବେଳେ ନିଜ ମହକିଲର ମାଉଥସ୍ପିଚ ସଦୃଶ କାମ କରୁଥିବା ଓକିଲ କେବଳ କୋର୍ଟର ସୁରକ୍ଷା ଦେଇ ନଥାଏ ବଂର ଆଇନର ବ୍ୟାଖ୍ୟା ମଧ୍ୟ କରିଥାଏ ବୋଲି ଭିଜିଲାନ୍ସ ଜଜ୍ ଶ୍ରୀ ଦାଶ ନିଜ ବକ୍ତବ୍ୟରେ କହିଛନ୍ତି । ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଭୁବନେଶ୍ୱର କିଟ୍ ସ୍କୁଲ ଅଫ୍ ଲ ପ୍ରାଧ୍ୟାପକ ଡଃ ସିଦ୍ଧାର୍ଥ ଶେଖର ଦାସ ଯୋଗ ଦେଇ ସାଂପ୍ରତିକ ସ୍ଥିତିରେ ଆଇନବୃତ୍ତିରେ ବିଶ୍ୱାସନୀୟତା ଆଣିବା ପାଇଁ ଆଇନର ସଫଳ ଉପଯୋଗ ଏବଂ ଏହା ଦ୍ୱାରା ଅଧିକରୁ ଅଧିକ ଲୋକ କିପରି ଉପକୃତ ହୋଇପାରିବେ ସେ ସଂପର୍କରେ ତର୍ଜମା କରିଥିଲେ । ବରିଷ୍ଠ ଆଇନଜୀବୀ ପ୍ରମୋଦ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ଅମରେନ୍ଦ୍ର ମଶ୍ର, ଜୟକୃଷ୍ଣ ସାହୁ ପ୍ରମୁଖ ଆଇନ ଦିବସର ତାତ୍ପର୍ଯ୍ୟ ଓ ଲୋକଙ୍କ ଆଇନଗତ ସୁବିଧା ଓ ଏ ଦିଗର କାର୍ଯ୍ୟରତ ଓକିଲ ମାନଙ୍କ ଭୂମିକା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଆଇନ ବୃତ୍ତିରେ ୫ଠ ରୁ ଉର୍ଦ୍ଧ୍ୱ ବର୍ଷ ଧରି କାର୍ଯ୍ୟ କରିଥିବା ୯ଜଣ ବରିଷ୍ଠ ଆଇନଜୀବୀ ଶୁଭ୍ରଂଶୁ ଶେଖର ମିଶ୍ର, ମୋତିରାମ ମାଝୀ, ଶରତ ଚନ୍ଦ୍ର ରଥ, ଲିଙ୍ଗରାଜ ପାଢ଼ୀ, କୃଷ୍ଣଚନ୍ଦ୍ର ରଣା, ଜଗନ୍ନାଥ ଆଚାର୍ଯ୍ୟ, ଗୋପାଳଚନ୍ଦ୍ର ପାଣିଗ୍ରାହୀ, ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ ଓ ପ୍ରକାଶ ପଟ୍ଟନାୟକଙ୍କୁ ସଂଘ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ଓକିଲ ସଂଘର ସଂପାଦକ ସଂଜୟ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜୟନ୍ତୀ ସମାରୋହକୁ ସଫଳ କରିବାରେ ସଂଘର ଉପସଭାପତି ସୁଧାଂଶୁ ଦେଓ, କାର୍ଯ୍ୟକାରୀ କମିଟି ସଭ୍ୟ ସରୋଜ ଗୁପ୍ତା ଦିପ୍ତୀ ସର୍ମା, ଶଙ୍କର ପ୍ରସାଦ ମିଶ୍ର, ଚନ୍ଦ୍ରଶେଖର ମିଶ୍ର,ଗୋବିନ୍ଦ ମହାନ୍ତି, ଭବାନୀ ଭୋଇ, ସବିତାରଣୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।
ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l