କଳାହାଣ୍ଡି,୨୨|୮(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଳଦିଆମାଲ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଅଭିଯୋଗକୁ ନେଇ ପ୍ରଧାନ ଶିକ୍ଷକ ଗିରଫ ହୋଇ କୋର୍ଟ ଚାଲଣା ହୋଇଥିବାର ଦେଖା ଦେଇଛି l କିନ୍ତୁ ପ୍ରଧାନ ଶିକ୍ଷକଙ୍କ ଧର୍ମ ପତ୍ନୀ ସୁମିତ୍ରା ମେହେର ଏକ ଚାଞ୍ଚଲ୍ୟ ସୃଷ୍ଟି କଲା ଭଳି ଅଭିଯୋଗ ସେହି ବଳଦିଆମାଲ ଗ୍ରାମ ସ୍କୁଲର ତିନି ଜଣ ଶିକ୍ଷକ ତଥା ଯିଶୁରାମ ଗୋପାଳ , ଓମ୍ ପ୍ରସାଦ ମେହେର, ସାମନ୍ତ ମେହେର ଏବଂ ଦୁଇ ଜଣ ଗ୍ରାମ ବାସୀଙ୍କ ନାମରେ ସଂଘିନ ଅଭିଯୋଗ ଆଣିଥିବାର ଦେଖିବାକୁ ମିଳିଛି l ଅଭିଯୋଗର ସୁଚାନାନୁଯାଇ ବହୁ ବର୍ଷ ଧରି ସ୍କୁଲରେ ଥିବା ଶିକ୍ଷକ ଯୀଶୁରାମ ଗୋପାଳ କିଛି ଦିନ ତଳେ ଉକ୍ତ ସ୍କୁଲର ଏକ ଶିକ୍ଷୟତ୍ରୀଙ୍କ ସହ ଅନୈତିକ ସମ୍ପର୍କ ଥିବାର ପ୍ରଧାନ ଶିକ୍ଷକ ଜାଣି ପାରିଥିଲେ ଏବଂ ଏ ସବୁ ଖରାପ ସମ୍ପର୍କକୁ ବହୁବାର ବିରୋଧ କରି ଆସୁ ଥିବାରୁ ଆକ୍ରୋଶର ଶିକାର ହୋଇଥିବାର ଅଭିଯୋଗରେ ଦର୍ଶା ଯାଇଛି l ଲିଖିତ ଆକାରରେ ସୂଚନା ଯୋଗ୍ୟ ଯେ ଏଥିରେ ଆକ୍ରୋଶକୁ ନେଇ କିଛି ଛାତ୍ରୀ ଏବଂ ଗ୍ରାମର କିଛି ଯୁବକକୁ ନେଇ ମରଣାତ୍ମକ ଆକ୍ରମଣ କରି ଛାତ୍ରୀଙ୍କୁ ଭୁଲାଇ ନିଜେ BEO କୁ ଦରଖାସ୍ତ କରି ଷଡ଼ଯନ୍ତ୍ର କରି ଫସାଇ କୋର୍ଟ କୁ ପଠାଇବାରେ ସକ୍ଷମ ହୋଇଥିବାର ଲିଖିତ ଅଭିଯୋଗ ଜୁନାଗଡ଼ ଥାନା ,କଳାହାଣ୍ଡି SP ଏବଂ କଳାହାଣ୍ଡି ଜିଲ୍ଲାପାଲଙ୍କୁ ଦେଇଥିବାର ଦେଖିବାକୁ ମିଳିଛି l ଅଭିଯୋଗକୁ ଆଧାର କରି ଜୁନାଗଡ଼ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ଥିବାର ଜୁନାଗଡ଼ ପୋଲିସ ପକ୍ଷରୁ ସୂଚନା ମିଳିଛି l ଜୁନାଗଡ଼ ବ୍ଲକର ବଳଦିଆମାଲ୍ ଗ୍ରାମ ସ୍କୁଲର ଶିକ୍ଷକ ଯୀଶୁରାମ ଗୋପାଳ ବାବୁ BEO ଙ୍କ ବହୁତ୍ ପାଖର ଲୋକ ବୋଲି ଶୁଣିବାକୁ ପାଉ ଥିବା ବେଳେ ସେ କୁଆଡେ ସେ ସ୍କୁଲର ବହୁତ୍ Power ful ଲୋକ ବୋଲି ଶୁଣିବାକୁ ମିଳିଥାଏ l ଆଉ ଅନେକ ଥର ସ୍କୁଲ୍ ଟାଇମ ସମୟରେ ମଧ୍ୟ ସ୍କୁଲ ଛାଡ଼ି BEO ଅଫିସରେ ବସି ଥିବାର ଦେଖିବାକୁ ମିଳିଥାଏ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହୁଏ l ଯୀଶୁ ଗୋପାଳ ଏବଂ ତାଙ୍କ ସାଥିଙ୍କ ନାମରେ ଥାନାରେ ମାମଲା ରୁଜୁ ହେଲା ପରେ ଜୁନାଗଡ଼ର ଗଣମାଧ୍ୟମ ପ୍ରତିନିଧି ମାନେ ଯାଇ ଜୁନାଗଡ଼ BEO କୁ ପ୍ରତିକ୍ରିୟା ମାଗିବାରୁ ମୋର ପାଖରେ ଅଭିଯୋଗ copy ଆସିଲା ପରେ ମୁଁ ଏ ସବୁକୁ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବି ବୋଲି ପ୍ରକାଶ କରିଥିଲେ l ଏ ନେଇ ଶିକ୍ଷକ ଯୀଶୁରାମ ଗୋପାଳ ଏବଂ ତାଙ୍କ ସାଥୀ ଶିକ୍ଷକଙ୍କ ପ୍ରତି ପ୍ରଶାସନ ଏବଂ ଶିକ୍ଷା ବିଭାଗ ଅଧିକାରୀ କିଭଳି ପଦକ୍ଷେପ ନେଉଛନ୍ତି ପୋଲିସ ପାଇଁ ଏବଂ ଶିକ୍ଷବିଭାଗ ପାଇଁଇ ଚ୍ୟାଲେଞ୍ଚର ବିଷୟ ସୃଷ୍ଟି କରୁଛି l

କଳାହାଣ୍ଡି ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ