ବାଣପୁର ଠାରେ ଭଗବତୀ ମଣ୍ଡଳର ପ୍ରଶିକ୍ଷଣ ବର୍ଗ ଉଦଘାଟିତ l

ଚିଲିକା,୦୩/୪ :ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରସ୍ଥିତ ଶହୀଦ କୃତ୍ତିବାସ ଭବନଠାରେ ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ”ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬”ର ‘ମଣ୍ଡଳ ପ୍ରଶିକ୍ଷଣ ବର୍ଗ’ ସଭାପତି କାଂହୁ ଚରଣ ଲେଙ୍କାଙ୍କ ସଭାପତିତ୍ୱରେ ଉଦଘାଟନ ହୋଇଯାଇଛି l ମଣ୍ଡଳ ସାଧାରଣ ସମ୍ପାଦକ ଅରୁଣ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ୫ଟି ବର୍ଗରେ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ସହ ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଜିଲ୍ଲା ଉପ ସଭାନେତ୍ରୀ ରୋଜିନା ରାଣୀ ଦାସ, ବରିଷ୍ଠ ନେତ୍ରୀ ରଶ୍ମିମୟୀ ପଟ୍ଟନାୟକ, ଜିଲ୍ଲାର ବରିଷ୍ଠ ନେତା ଲୋତକ ବିନ୍ଦୁ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକର୍ତ୍ତା

ମାନଙ୍କୁ ଯଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଫଳତା ଏବଂ ଏଥିରେ ବିଜେପି କାର୍ଯ୍ୟକର୍ତ୍ତାର ଭୂମିକା, ବିଜେପି ଇତିହାସ ଓ କ୍ରମ ବିକାଶ, ବୈଚାରିକ ଓ ଅଧିଷ୍ଠାନ କାର୍ଯ୍ୟ ବିସ୍ତାର, ଏବଂ ବୁଥ ପରିଚାଳନା ସମ୍ପର୍କରେ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବୋଧିତ କରିଥିଲେ l ପ୍ରଶିକ୍ଷକ ମାନେ କାର୍ଯ୍ୟକର୍ତ୍ତାମାନଙ୍କୁ ‘ରାଷ୍ଟ୍ର ପ୍ରଥମ’ ନୀତିକୁ ଆପଣାଇ ରାଷ୍ଟ୍ରନିର୍ମାଣ ଦିଗରେ ଅବିରତ କାର୍ଯ୍ୟରତ ରହିବା ସହ ନୀତି,ଆଦର୍ଶ ଓ ଶୃଙ୍ଖଳିତ ରହିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା‌ ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ ଓ କ୍ରିୟାଶୀଳ କରିବା ପାଇଁ ଏକ ସୁଚିନ୍ତିତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି ।

ଆଗାମୀ ଦିନରେ ‘ସମୃଦ୍ଧ ଓଡିଶା’ ଗଠନ ତଥା ‘ବିକଶିତ ଭାରତ’ରେ ‘ବିକଶିତ ଓଡ଼ିଶା’ର ସ୍ଵପ୍ନକୁ ସାକାର କରିବା ଆମର ସଂକଳ୍ପ ବୋଲି ମାନ୍ୟବର ମନ୍ତ୍ରୀ ମତ ପ୍ରକାଶ କରିଥିଲେ l ଏହି ଅବସରରେ ମଣ୍ଡଳର ସମସ୍ତ ପଦାଧିକାରୀ, ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ, ଜିଲ୍ଲା ସଂଯୋଜକ ନିକୁଞ୍ଜ ପଟ୍ଟନାୟକଙ୍କ ସହ ମଣ୍ଡଳର ସମସ୍ତ ସରପଞ୍ଚ, ସମିତିସଭ୍ୟ, ଏବଂ ୩୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ l

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page