ବାରୋକୋଷ ମହୋତ୍ସବ ଆଦିବାସୀ ନୃତ୍ୟ ସଂଗୀତ ରେ ମଞ୍ଚଦୁଲୁକିଲା

ବାଲିଗୁଡା: କନ୍ଧମାଳ ଜ଼ିଲ୍ଲା ଚକାପାଦ ସ୍ଥିତ ବିରୁପାକ୍ଷ ମନ୍ଦିର ପ୍ରାଙ୍ଗଣରେ ବାରକୋଷ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ବାରକୋଷ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାରେ ବାଲିଗୁଡା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରର କଳାକାରଙ୍କ ପ୍ରସ୍ତୁତି ” ବାଦୁ ବାଦୁଲା ରାଧା କୁଞ୍ଜବନ ତାନି ସାନା ” ଓ ପାରମ୍ପରିକ ଆଦିବାସୀ ନୃତ୍ୟ ସଂଗୀତ ରେ ଝୁମିଲେ ଦର୍ଶକ l କନ୍ଧମାଳ ର ସଂସ୍କୃତି, ପରମ୍ପରା, ସାମାଜିକ ଚଳଣି ଉପରେ ପର୍ଯ୍ୟବେସିତ ଏହି ନୃତ୍ୟ ଗୀତରେ ଉପସ୍ଥିତ ଦର୍ଶକ ବିଭୋର ହୋଇଥିଲେ l ଅନୁଷ୍ଠାନର ସମ୍ପାଦକ ତଥା ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନା ଙ୍କ ନେତୃତ୍ୱ ରେ ଛବିଶ ଜଣିଆ ଜଣିଆ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିଥିଲେ l କନ୍ଧମାଳ ର ଲୋକପ୍ରିୟ କଣ୍ଠ ଶିଳ୍ପୀ ଚରଣ ବିନ୍ଧାଣୀ ଙ୍କ ଲୋକପ୍ରିୟ କୁଇ ଗୀତ “ବାଦୁବାଦୁଲା ରାଧା କୁଞ୍ଜ ବନ ତାନି ସାନା ” ଗୀତ ଓ ନୃତ୍ୟରେ ମଞ୍ଚ ଦୁଲୁକିଥିଲା l ଆୟୋଜିତ କାର୍ଯ୍ୟକ୍ରମ ରେ ବାରକୋଷ ମହୋତ୍ସବ ର ସଭାପତି ତଥା ଫୁଲବାଣୀ ମାନ୍ୟବର ବିଧାୟକ ଅଧକ୍ଷତା କରିଥିଲେ,ମୁଖ୍ୟ ଅତିଥିଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ସାଂସଦ ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ମାନ୍ୟବର ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଘୁ. ଉଦୟଗିରି ମାନ୍ୟବର ବିଧାୟକ ପ୍ରଫୁଲ୍ଲ ପ୍ରଧାନ, ଜ଼ିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ବାଲିଗୁଡା, ଏନ ଏ ସି ସାଂସଦ ଙ୍କ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, କ. ନୂଆଗାଁ ବ୍ଲକ ସାଂସଦ ଙ୍କ ପ୍ରତିନିଧି ପଣ୍ଡିତ ବିଶିମାଝି ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ, ବାରକୋଷ ମହୋତ୍ସବର କାର୍ଯକାରୀ ସଭାପତି ବିଡ଼ିଓ ହୃଦୟ ରଞ୍ଜନ ସାହୁ, ସମ୍ପାଦକ ଦେବାଶିଷ ପ୍ରିୟ ରଞ୍ଜନ ସାହୁ, ଶିବ ସାହୁ, କୋଷାଧକ୍ଷ ପିଙ୍କୁ ନନ୍ଦ, ପରିଚାଳନା କରିଥିବା ବେଳେ ଶିକ୍ଷକ ବଳରାମ ମହାପାତ୍ର ଓ ନିରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page