ବାର୍ଷିକ ମହୋତ୍ସବ ମହିମା ଆଶ୍ରମ ବରମୁଣ୍ଡା

ଭୁବନେଶ୍ୱର: ଅକ୍ଷୟ ତୃତୀୟା ଦିନ ବରମୁଣ୍ଡା ଗ୍ରାମ ସ୍ଥିତ ମହିମା ଆଶ୍ରମ ର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଅଛି I ବ୍ରହ୍ମାବଧୁତ ଜୟକୃଷ୍ଣ ବାବା ମହୋଦୟ ଙ୍କ ଆଦେଶ ଅନୁସାରେ ସାଧୁ ବାବାଜୀ ଚରଣ ଦାସ ଙ୍କ ଅଧକ୍ଷତାରେ ପ୍ରାତଃ ବ୍ରହ୍ମ ମୁହୂର୍ତ ରେ ଅଖଣ୍ଡ ଘୃତାବତୀ ପ୍ରଜ୍ୱଳନ ଓ ବ୍ରହ୍ମ ଧ୍ଵନି ସ୍ଥାପନ କରାଯାଇଥିଲା ବିଶ୍ଵଜଗତ ମଙ୍ଗଳ ନିମନ୍ତେ ଅଲେଖ ପ୍ରଭୁ ଙ୍କ ସମବେଦ ପାର୍ଥନା କରାଯାଇଥିଲା ଓ ସନ୍ଧ୍ୟା ସମୟ ରେ ଭଜନ କୀର୍ତନ କରାଯାଇଥିଲା ସ୍ଥାନ ଟି ଅଲେଖ ମହିମା ଡାକରେ କମ୍ପି ଉଠିଥିଲା I ଉକ୍ତ ମହତ କାର୍ଯ୍ୟନୁଷ୍ଠାନରେ ମହିମା ଧର୍ମ ସମାଜର ପର ସନ୍ୟାସୀ ଓ ଅପର ସନ୍ୟାସୀ ଓ ସାଧୁ ବୃନ୍ଦ ସହିତ ବହୁ ସଂଖ୍ୟାରେ ଭକ୍ତ ବୃନ୍ଦ ବି ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ଟିକୁ ବରମୁଣ୍ଡା ଗ୍ରାମବାସୀ ସାହାର୍ଯ୍ୟ ଓ ସହଯୋଗ ର ହାତ ବଢ଼ାଇ ଥିଲେ ବୋଲି ମହିମା ସେବା ଫାଉଣ୍ଡେସନ ର ସଭାପତି ନାରାୟଣ ଖୁଣ୍ଟିଆ ଏକ ପ୍ରେସ ବିଜ୍ଞପ୍ତି ରେ ଜାଣଇ ଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page