ଦୁର୍ନୀତି ଲୁଚାଇବାକୁ ସାମ୍ବାଦିକଙ୍କୁ ସମିତି ବୈଠକରୁ ବାହାର କରିଦେଲେ ଅଧ୍ୟକ୍ଷା: କଂଗ୍ରେସ
ବାଲିଅନ୍ତା/,୨୮|୦୨: ବାଲିଅନ୍ତା ବ୍ଲକ ସମିତି କକ୍ଷରେ ଗତ ସୋମବାର ହୋଇଥିବା ସମିତି ବୈଠକରେ ସାମ୍ବାଦିକଙ୍କୁ ବୈଠକରୁ ବାହାର କରିବା ଘଟଣା ତୀବ୍ର ସମାଲୋଚନା କରିଛି କଂଗ୍ରେସ l ବର୍ତମାନ ଅଡିଟ ଚାଲିଥିବା ବେଳେ ବାଲିଅନ୍ତା ବ୍ଲକରେ ବିଭିନ୍ନ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିର ଫର୍ଦାଫାଶ ଭୟରେ ସାମ୍ବାଦିକଙ୍କୁ ବୈଠକରୁ ବାହାର କରିଦେଲେ ବୋଲି କଂଗ୍ରେସ କହିଛି l ସେହିପରି ସାମ୍ବାଦିକଙ୍କୁ ବୈଠକରୁ ବାହାର କରିବାବେଳେ

ସେଠାରେ ବିଜେପି ସାଂସଦଙ୍କ ପ୍ରତିନିଧି ଉପସ୍ଥିତ ଥିଲେ ମଧ୍ୟ କୌଣସି ପ୍ରତିବାଦ ନ କରିବା ଉଭୟ ବିଜେଡି ଓ ବିଜେପି ମଧ୍ୟରେ ପ୍ରିୟାପ୍ରୀତି ଥିବା ସହ ଏହି ଦୁର୍ନୀତିରେ ଭାଗିଦାରୀ ଥିବା ସ୍ପଷ୍ଟ ବାରି ହୋଇପଡୁଛି l ଅପରପକ୍ଷରେ ଉକ୍ତ ସମିତି ବୈଠକରେ ଯୋଗଦେବାପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଚିଠି କରାଯାଇଥିଲା l ନିମନ୍ତ୍ରଣ ପାଇ ସାମ୍ବାଦିକ ମାନେ ଖବର ପ୍ରସାରଣ କରିବା ପାଇଁ ଯାଇଥିଲେ l ମାତ୍ର ସେମାନଙ୍କୁ ଏଭଳି ଭାବେ ସର୍ବସମ୍ମୁଖରେ ଅସମ୍ମାନ କରିବା ଏକ ଅଗଣାନ୍ତ୍ରିକ ଘଟଣା l ସେହିପରି ଏହାର ପ୍ରତିବାଦରେ ୫0 ରୁ ଉର୍ଦ୍ଧ୍ଵ ସାମ୍ବାଦିକ ୫ ଦିନ ଧରି ଧାରଣାରେ ବସିଥିଲେ ମଧ୍ୟ ବ୍ଲକ ଅଧ୍ୟକ୍ଷା କିମ୍ବା ଜିଲ୍ଲା ପ୍ରଶାସନ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରିବା ଏକ ଦୁର୍ଭାଗ୍ୟର ବିଷୟ l ସେମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ l ସେମାନଙ୍କୁ ଯଥୋତୀତ ସମ୍ମାନ ଦେବା ଆମ ସମସ୍ତଙ୍କ ପ୍ରଧାନ କର୍ତ୍ତବ୍ୟ ବୋଲି କହିଥିଲେ l ଏହି ପରିପ୍ରେକ୍ଷୀରେ ଆଜି ବ୍ଲକ ସମ୍ମୁଖରେ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ସାମ୍ବାଦିକଙ୍କ ଧାରଣା ଜାରୀ ରହିଥିବା ବେଳେ ଅପରାହ୍ନରେ ଧାରଣାସ୍ଥଳରେ କଂଗ୍ରେସ ଦଳର ବରିଷ୍ଠ ନେତା ମାନସ ଚୌଧୁରି, ୟାସିର ନୱାଜ୍, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ବରିଷ୍ଠ କଂଗ୍ରେସ ନେତା ବେଣୁଧର ଭୋଇ, ବାଲିପାଟଣା ବ୍ଲକ କଂଗ୍ରେସ ପୂର୍ବତନ ସଭାପତି ବଟକୃଷ୍ଣ ରାଉତରାୟ, ବାଲିଅନ୍ତା ବ୍ଲକ ସଭାପତି ଜନ୍ମେଜୟ ସ୍ୱାଇଁ, ଯୁବ କଂଗ୍ରେସର ପୂର୍ବତନ ସମ୍ପାଦକ ସନ୍ଦୀପ ରାଉତରାୟ ପ୍ରମୁଖ ପହଞ୍ଚି ଅଧ୍ୟକ୍ଷାଙ୍କ କାର୍ଯ୍ୟର ଦୃଢ଼ ନିନ୍ଦା କରିବା ସହିତ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ଏଥିସହ ସାମ୍ବାଦିକ ମାନେ କିଭଳି ନିଜର ସମ୍ମାନ ଫେରିପାଇବେ ସେ ବିଷୟରେ ଆଲୋଚନା କରିବା ସହ ଜିଲ୍ଲପାଳଙ୍କୁ ଭେଟିବା ସହ ଆନ୍ଦୋଳନ ଆହୁରି ତୀବ୍ର କରିବାପାଇଁ କହିଛନ୍ତି l ଏହାର କୌଣସି ସମାଧାନ ନ ହୁଏ ସାମ୍ବାଦିକ ଓ କଂଗ୍ରେସ କର୍ମୀ ରାଜରାସ୍ତାରୁ ବିଧାନସଭା ପର୍ଯ୍ୟନ୍ତ ଆନ୍ଦୋଳନ ବ୍ୟାପକ ହେବେବୋଲି କଂଗ୍ରେସ କହିଛନ୍ତି l ସେହିପରି ପୂର୍ବାହ୍ନରେ ଓଡ଼ିଶା ସାମ୍ବାଦିକ ସଂଘର ସଭାପତି ପ୍ରସନ୍ନ ମହାନ୍ତି ଧାରଣାରେ ସାମିଲ ହୋଇ ଆନ୍ଦୋଳନକୁ ରାଜ୍ୟ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ ହେବ ବୋଲି କହିଥିଲେ। ସେହିପରି ଆଜି ଚତୁର୍ଥଦିନରେ ଜିଲ୍ଲା ପ୍ରଶାସନ କିମ୍ବା ଜନପ୍ରତିନିଧିଙ୍କ ଦେଖା ନ ମିଳିବାରୁ ଆଜି ଚରମ ନିଷ୍ପତି ନେଇଛନ୍ତି ଧାରଣାରତ ସାମ୍ବାଦିକ l ଆଗାମୀ ଦିନରେ ଅଧ୍ୟକ୍ଷାଙ୍କ କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନ କରିବା ଓ ବ୍ଲକ ରେ ସମସ୍ତ ଦୁର୍ନୀତିର ପର୍ଦ୍ଦାଫାଶ କରିବା ସହିତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସ୍ଥିର କରାଯାଇଛି। ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାକୁ ମଧ୍ୟ ଆଜି ପ୍ରସ୍ତାବ ଗ୍ରହଣ କରାଯାଇଛି।