ବାଲିଗୁଡା ଓକିଲ ସଙ୍ଘ ନୂତନ ସଭାପତି ଟି ହରିଶ୍ଚନ୍ଦ୍ର, ସମ୍ପାଦକ ଭାବେ ଅନିଲ ନିର୍ବାଚିତ

ବାଲିଗୁଡା: ବାଲିଗୁଡା ବାର ଆସୋସିଏସନ ନିର୍ବାଚନ ରେ ସମ୍ପାଦକ ଭାବେ ଅନିଲ କୁମାର ଦାସ ଓ ସଭାପତି ଭାବରେ ଟି.ହରିଶ ଚନ୍ଦ୍ର ରାଓ ନିର୍ବାଚିତ ହୋଇଛନ୍ତି l ନବନିର୍ବାଚିତ ନୂତନ ସଭାପତି ଓ ସମ୍ପାଦକଙ୍କୁ କାର୍ଯ୍ୟରତ ଆଇନଜୀବୀଙ୍କ ପକ୍ଷରୁ ଶୁଭେଚ୍ଛା ସହ ସମ୍ବର୍ଦ୍ଧନା ଦିଆଯାଇଛି l କାର୍ଯ୍ୟରତ ଆଇନଜୀବୀଙ୍କ ଉନ୍ନତି ସହ ଜନସାଧାରଣ ଙ୍କ ନିକଟରେ ନ୍ୟାୟିକ ବ୍ୟବସ୍ଥା କିପରି ପହଂଚିବ ଓ ଗରିବ ଅବହେଳିତ ଲୋକ କିପରି ନ୍ୟାୟ ପାଇ ପାରିବେ ସେ ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ନବ ନିର୍ବାଚିତ ସମ୍ପାଦକ ଓ ସଭାପତି ନିଜ ପ୍ରତିକ୍ରିୟା ରେ କହିଛନ୍ତି l ସେହିପରି ଓକିଲ ସଂଘର ନିର୍ବାଚନ ରେ ସହ ସମ୍ପାଦକ ଭାବେ ନୀଳାଦ୍ରି କେଶରୀ ସାହାଣୀ, ଉପସଭାପତି ଭାବେ ରାମକୃଷ୍ଣ ଦାସ ଓ କୋଷାଧ୍ୟକ୍ଷ୍ୟ ଭାବେ ମାନସ କୁମାର ପଣ୍ଡା ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page