ବାଲିଗୁଡା ରେ ପାଇପ ଜଳ ଯୋଗାଣ କର୍ମଚାରୀ ସଙ୍ଘ ସାଧାରଣ ବୈଠକ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଓଡିଶା ପାଇପ ଜଳ କର୍ମଚାରୀ ସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଅଛି l ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ସଂଘ ର ପୂର୍ବତନ ଉପସଭାପତି ରବି କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ଖଣ୍ଡ ସମ୍ପାଦକ ଡି. ପ୍ରକାଶ ପାତ୍ର ଏହି ବୈଠକ ରେ ସଭାପତିତ୍ୱ କରିଥିଲେ l ଏହି ଅବସରରେ ଜିଲ୍ଲା ର କାର୍ଯ୍ୟରତ ସମସ୍ତ ପାଇପ ଜଳ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ l ଏହି ବୈଠକ ରେ କାର୍ଯ୍ୟରତ କର୍ମଚାରୀ ଙ୍କ ଦରମା ବୃଦ୍ଧି,ସାମାଜିକ ସୁରକ୍ଷା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା l ବର୍ଷ ବର୍ଷ ଧରି ପାଇପ ଜଳ ଯୋଗାଣ କର୍ମଚାରୀ ମାନେ ଜନସାଧାରଣ ଙ୍କୁ ସେବା ପ୍ରଦାନ କରି ଆସୁଥିଲେ ସୁଦ୍ଧା କର୍ମଚାରୀ ମାନଙ୍କୁ ସରକାର ଙ୍କ ନିର୍ଦ୍ଧାରିତ ଦରମା ମିଳୁ ନଥିବା ସଂଘ ପକ୍ଷରୁ କୁହା ଯାଇଛି l ଯଥାଶୀଘ୍ର ସରକାର ଓ ବିଭାଗୀୟ ଅଧିକାରୀ କର୍ମଚାରୀ ଙ୍କ ପ୍ରତି ହୋଇ ଆସୁଥିବା ଅବହେଳା ପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନ ରେ ସଂଘ ପକ୍ଷରୁ ଲଢେଇ ହେବ ବୋଲି ଚେତାବନୀ ଦିଆଯାଇଛି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page