ବାଳକାଟି ଗଣପତି କ୍ଲବରେ ଗଣେଶ ପୂଜା ପାଳିତ

ବାଳକାଟି: ଓଡିଆମାସର ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଅଗ୍ରପୂଜ୍ୟ ଗଣେଶଙ୍କର ପୂଜା କରାଯାଏ । ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ କିନ୍ତୁ ଏବେ ଶିକ୍ଷା ଅନୁଷ୍ଟାନ ସହିତ ବିଭିନ୍ନ କ୍ଲବରେ ମଧ୍ୟ ଗଣେଶ ପୂଜା ପାଳନ କରାଯାଉଅଛି ଠିକ ସେହିପରି ବାଳକାଟି ପଞ୍ଚାୟତରେ ଥିବା ମଲ୍ଲିକସାହିରେ ଗଣପତିକ୍ଲବରେ ଗଣେଶପୂଜାଟି ଶାନ୍ତିଶୂଙ୍ଖଳା ଏବଂ ଯୁବପିଡିମାନଙ୍କୁ ଏକତ୍ରିତ ସହିତ ଶୂଙ୍ଖଳିତ ଜିବନଯାପନନିମନ୍ତେ ଆଜି ଏହି ଗଣେଶ ପୂଜା ପାଳିତ କରାଯାଇଛି ବୋଲି କ୍ଲବର ସଭାପତି ଆନନ୍ଦ ମଲ୍ଲିକ ମତପ୍ରକାଶ କରିଥିଲେ | ପ୍ରତ୍ଯେକ ବର୍ଷ ଆମକୁ ଉଚିତ ମାର୍ଗଦର୍ଶନ ଦେଉଥିବା ନନା ପଣ୍ଡିତଜୀ କହିଥିଲେ ଯେ ଚତୁର୍ଥୀ’ ଚନ୍ଦ୍ରପକ୍ଷର ଚତୁର୍ଥ ଦିବସ – ଚନ୍ଦ୍ରର ଚତୁର୍ଥ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ତୃତୀୟାର ପରବର୍ତ୍ତୀ ଓ ପଞ୍ଚମୀର ପୂର୍ବବର୍ତ୍ତୀ ତିଥି କୃଷ୍ଣ ପକ୍ଷର ଚତୁର୍ଥୀକୁ କୃଷ୍ଣା ଚତୁର୍ଥୀ ଓ ଶୁକ୍ଳ ପକ୍ଷର ଚତୁର୍ଥୀକୁ ଶୁକ୍ଳା ଚତୁର୍ଥୀ କୁହାଯାଇଥାଏ । ସମସ୍ତଙ୍କମଧ୍ୟରେ ଭଲ ଭାବନା ଏବଂ ସମସ୍ତେ ମିଳିମିଶି କାର୍ଯ୍ଯକୁ ନିର୍ବାହ କରନ୍ତୁ ସମସ୍ତଙ୍କର ଉଜ୍ଜଳ ଭବିଷ୍ଯତ ଉଚିଚମାର୍ଗରେ ପେରିତ ହେଉବୋଲି ନନା କହିଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page