ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ

ବାଳକାଟି: କେନ୍ଦ୍ର ସରକାରଙ୍କ ସ୍ଲୋଗାନ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର‌୍ୟ୍ୟକ୍ରମରେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡା. ଗାୟତ୍ରୀ ମିଶ୍ରଙ୍କ ତତ୍ୱାବଧାନରେ ବାଲିଅନ୍ତା ବ୍ଲକର ବିଭିନ୍ନ ପଞ୍ଚାୟତରେ ସଚେତନତା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି I ଏହି ପରିପ୍ରେକ୍ଷୀରେ ବାଲିଅନ୍ତା ପଞ୍ଚାୟତ ଅଟଳା କୋଟକଣା ସ୍ଥିତ ସଞ୍ଜିବନୀ ବୃଦ୍ଧାଶ୍ରମରେ ଯକ୍ଷ୍ମାରୋଗ ପର‌୍ୟ୍ୟବେକ୍ଷକ ବିଶ୍ୱଜିତ ସ୍ୱାଇଁଙ୍କ ନେତୃତ୍ୱରେ ଏହି କାର‌୍ୟ୍ୟକ୍ରମ କରାଯାଇଛି କ୍ଷ ଏଥିରେ ୩୦ ଜଣ ଅନ୍ତେବାସୀଙ୍କ ସହ ୩୨ ଜଣ କୋଟକଣା ଗ୍ରାମବାସୀଙ୍କ ଯକ୍ଷ୍ମା ସମ୍ପର୍କିତ ସ୍ୱାସ୍ଥ୍ୟପରୀକ୍ଷା କରାଯିବା ସହ ମାଗଣାରେ ଏକ୍ସରେ କରାଯାଇଥିଲା I ଏହାର ବିବରିଣୀ ୨/୩ ଦିନ ଭିତରେ ଆସିବା ପରେ ଚିହ୍ନଟ ହୋଇଥିବା ଯକ୍ଷ୍ମାରୋଗୀଙ୍କୁ ଆବଶ୍ୟକୀୟ ଔଷଧ ପତ୍ର ପ୍ରଦାନ କରାଯିବ I ଯେଉଁ ବ୍ୟକ୍ତି ମଧୁମେହ ଏବଂ ଅନ୍ୟ ରୋଗରେ ପୀଡିତ ଅଛନ୍ତି ସେମାନେ ଏହି କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରି ସେମାନଙ୍କର ଏକ୍ସରେ କରିପାରିବେ ବୋଲି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ(ସିଏଚଓ) ଶର୍ମିଷ୍ଠା ନାୟକ, ସ୍ୱାସ୍ଥ୍ୟକର୍ମୀ ପଙ୍କଜିନୀ ପରିଡା ପ୍ରମୁଖ ଉପସ୍ଥିତ ରହି ଏହି ରୋଗର ନିରାକରଣ ନିମନ୍ତେ ପରାମର୍ଶ ଦେଇଥିଲେ I ବ୍ଲକରେ ଏହି ସଚେତନତା କାର‌୍ୟ୍ୟକ୍ରମ ଅଗଷ୍ଟ ମାସରୁ ଡିସେମ୍ବର ମାସ ପର‌୍ୟ୍ୟନ୍ତ ଚାଲୁରହିବ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page