ବାଳକାଟୀ: ବାଳକାଟୀ ମେଡିକାଲର ମୁଖ୍ୟ ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ତତ୍ୱାବଧାନରେ ଏହି ରାଷ୍ଟ୍ରୀୟ ସୁରକ୍ଷିତ ମାତୃତ୍ୱ ଦିବସକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ ବାଳକାଟୀ ବ୍ଲକର ସମସ୍ତ ଗର୍ଭବତୀ ମହିଳାଙ୍କ ଉପସ୍ଥିତିରେ ଏହି ଦିବସଟିକୁ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ଦିବସ ଅବସରରେ ଉପସ୍ଥିତ ସ୍ୱାସ୍ଥ୍ୟକର୍ମୀ ଏବଂ ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ତନ୍ମୟ ତ୍ରିପାଠୀ କହିଥିଲେ ଯେ, କିପରି ଗର୍ଭବତୀ ମହିଳା ଏବଂ ପିଲା ଜନ୍ମ କରିସାରିଥିବା ମହିଳା ଶିଶୁର ତଥା ନିଜ ସ୍ୱାସ୍ଥ୍ୟର ଯନô ନେବେ ଏବଂ ସରକାରୀ ଡାକ୍ତରଖାନାରେ କଣ କଣ ସୁବିଧା ସୁଯୋଗ ମିଳିପାରିବ ଏବଂ ଲୋକମାନେ କିପରି ଆସି ଏହାର ଲାଭ ଉଠାଇପାରିବେ ଏବଂ କଣ କଣ ଲକ୍ଷଣ ଦେଖାଦେଲେ ସ୍ୱାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି ହୋଇପାରେ ଏବଂ ସ୍ୱାସ୍ଥ୍ୟ ଜିତ ସମସ୍ୟା ସୃଷ୍ଟିହେଲେ ସଂଗେ ସଂଗେ ଆଶା ଦିଦିମାନଙ୍କ ସହ ପରାମର୍ଶ କରି ତୁରନ୍ତ ଉପଯୁକ୍ତ ସ୍ୱାସ୍ଥ୍ୟକର୍ମୀ ବା ଡାକ୍ତରଙ୍କ ପରାମର୍ଶ ନେବେ ତାହା ଉପରେ ସବିଶେଷ ସୂଚନା ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି ।
ବୋଲି ମେଡିକାଲ ମୁଖ୍ୟ ଡାକ୍ତର ତନ୍ମୟ ତ୍ରିପାଠୀ ଉପସ୍ଥିତ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ । ଏହାସହ ମେଡିକାଲରେ ଯଦି ଝିଅ ଜନ୍ମ ହେଲା ତେବେ ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ପ୍ରଚେଷ୍ଟା ମାଧ୍ୟମରେ ଏନଜିଓ ଦ୍ୱାରା ସଂପୂର୍ଣ୍ଣ ଯନô ଲାଗି ଏବଂ କନ୍ୟା ସନ୍ତାନକୁ ପ୍ରୋସôାନ ଲାଗି କନ୍ୟାଶିଶୁଟିକୁ ଡ୍ରେସ କିଟ୍ ପ୍ରଦାନ କରାଯାଉଥିବା ଡାକ୍ତର ତନ୍ମୟ ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି । ଏଥିରେ ହସ୍ତାକ୍ଷର ଅଭିଯାନ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଡାକ୍ତର ତନ୍ମୟ ତ୍ରିପାଠୀ କହିଥିଲେ ଯେ, ଗର୍ବବତୀ ମହିଳାମାନେ କେବେହେଲେ ଲିଙ୍ଗନିରୂପଣ ପରୀକ୍ଷା କରିବେ ନାହିଁ । ଏହା ଏକ ଦଣ୍ଡନୀୟ ଅପରାଧ ବୋଲି ସେ ସଚେତନତା କରାଇଥିଲେ । ବାଲ୍ୟବିବାହକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବାକୁ ଡାକ୍ତର ତନ୍ମୟ ତ୍ରିପାଠୀ ଦାବି କରିବା ସହ ସଚେତନତା ମଧ୍ୟ କରାଇଥିଲେ । ଏହାସହ ପିଏମ୍ଏସଏମଏ ମାଧ୍ୟମରେ ପ୍ରତି ମାସ ୯ ତାରିଖରେ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିବା କହିଛନ୍ତି ଡାକ୍ତର ତନ୍ମୟ ତ୍ରିପାଠୀ ।ଏହି କାର୍ଯ୍ୟକ୍ରମ ଅବସରରେ କାଉନସେଲର ମାନେ ଉପସ୍ଥିତ ରହି ଏହି ଅବସରରେ ଗର୍ଭବତୀ ମା’ମାନଙ୍କୁ ସ୍ୱାସ୍ଥ୍ୟସଚେତନତା ଉପରେ ବୁଝାଇଥିଲେ ଏବଂ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଏଚଆଇଭି, ହେପାଟାଇଟିସ୍-ବି ସଂପୂର୍ଣ୍ଣ ମାଗଣାରେ ମା’ମାନଙ୍କର ପରୀକ୍ଷା କରାଯାଇଥିଲା । ଏହାସହ ଗର୍ବଭତୀ ମା’ମାନଙ୍କ ନିମେନ୍ତ ବିପଦ ସଂତେକ ଓ ପ୍ରତିକାର ଉପରେ ଏକ ପ୍ରାମାଣିକ ଚିତ୍ର ପ୍ରୋଜେକ୍ଟରମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ ପିଏଚଇଓ, ସୁଭରଭାଇଜର, ସିଏଚଓ, ଆଶା, ଆଇସିଡିଏସ, ଆଇସିଟିସି ଏବଂ ଗର୍ଭବତୀ ମହିଳା । ଅନ୍ୟ ସ୍ୱାସ୍ଥ୍ୟ ଉପକେନ୍ଦ୍ରମାନଙ୍କରେ ମଧ୍ୟ ଏହି ଦିବସଟିକୁ ପାଳନ କରାଯାଇଥିବା କହିଛନ୍ତି ଡାକ୍ତର ତନ୍ମୟ ତି୍ରପାଠୀ ।
ରିପୋର୍ଟ: ଉତ୍କଳ ବୁଲେଟିନ ବୁ୍ୟରୋ ହେବାର ସମ୍ଭାବନା ରହିଛି ।