ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ

ଦାରିଙ୍ଗବାଡି ତା:୧୩/୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ର ବ୍ରାହ୍ମଣୀଗାଁ ଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା ,ସମୃଦ୍ଧ ଓଡ଼ିଶା ର ନୂତନ ପରିଭାଷା କାର୍ଯ୍ୟକ୍ରମ ସରପଞ୍ଚ ସଂଯୁକ୍ତା ମଳିକଙ୍କ ନେତୃତ୍ବ ରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ପ୍ରଧାନୀ, ଏଡିଓ ନିଥନୀୟଲ ଚାଲାନସେଠ୍, ୱାର୍ଡ଼ ସଭ୍ୟ ସଭ୍ୟା ଏବଂ ଜନ ସାଧାରଣ ଏହି ବୈଠକରେ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ସରକାରଙ୍କ ୫ ବର୍ଷ ମଧ୍ୟରେ ପଞ୍ଚାୟତର ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟଗୁଡ଼ିକ ସିଧାସଳଖ ସୁବିଧା ପାଇପାରିବ । ଯେପରି ମୌଳିକ ଭିତ୍ତି ଭୂମି ବିକାଶ ସହ ଗ୍ରାମ୍ୟ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀ କରଣ ।ଅନୁନ୍ନତ ଜନଜାତି ସମୁଦାୟ ବସବାସ ଅଞ୍ଚଳରେ ଆଭ୍ୟନ୍ତରୀଣ ଓ ଆନ୍ତଃ ଗ୍ରାମ୍ୟ ସଡ଼କ ସଂଯୋଗିକରଣ । କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ବିକାଶ ଓ ଉନ୍ନତି କରଣ। ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମି ର ସମ୍ପ୍ରସାରଣ ଓ ଆଧୁନିକୀକରଣ। ନୂତନ ଅଭିନବ ଜନମଙ୍ଗଳକାରି ବହୁମୁଖୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟନ୍ନୟନ । ଇତ୍ୟାଦି ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page