ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ

ଭୁବନେଶର: ବିଜେଡିରୁ ଆଜି ଇସ୍ତଫା ଦେଇଛନ୍ତି ଚିତ୍ତରଞ୍ଜନ ମଣ୍ଡଳ। ସେ ରାଜ୍ୟ ସମ୍ପାଦକ ସହିତ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳର ସଭାପତି ଥିଲେ। ଦଳର ସମସ୍ତ ପଦବୀ ସହିତ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଚିତ୍ତରଞ୍ଜନ ମଣ୍ଡଳ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଚିତ୍ତରଞ୍ଜନ ମଣ୍ଡଳ ନର୍ଲା ବିଧାନସଭା ଆସନରୁ ବିଜେଡି ଟିକେଟରେ ପ୍ରାର୍ଥୀ ହେବାକୁ ଇଚ୍ଛା କରିଥିଲେ। ଏକଥା ସେ ତାଙ୍କ ଇସ୍ତଫାପତ୍ରରେ ମଧ୍ୟ ଉଲ୍ଲେଖ କରିଛନ୍ତି। ତେବେ ଦଳ ଏହି ଆସନରୁ ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ତାଙ୍କୁ ଦଳ ଏଥର ଟିକେଟ ଦେଇ ନାହିଁ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page