ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ

ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ।ବିଧାନସଭା ପାଇଁ ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଛି I ବିଧାନସଭାରେ ହେବାକୁ ଥିବା ନିର୍ବାଚନରେ ମୋଟ ୬୨ଲକ୍ଷ ୮୪ହଜାର ୬୪୯ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ମାତ୍ର ଏଥିରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ୯୧,୫୨୮ ଅଧିକ ରହିଛି । ସୁରକ୍ଷା ଦୃଷ୍ଟିରୁ କେତେକ ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ସମୟକୁ ଅପରାହ୍ନ ୪ଟା ଓ ୫ଟା ପର୍ୟ୍ୟନ୍ତ କରାଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ର‌୍ୟାଲି ଓ ରୋଡ୍ ଶୋ’ ନକରିବା ପାଇଁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ପ୍ରଥମ ପର୍ୟ୍ୟାୟରେ ୪ଟି ଲୋକସଭା କଳାହାଣ୍ଡି, ବ୍ରହ୍ମପୁର, ନବରଙ୍ଗପୁର ଓ କୋରାପୁଟ ସମେତ ଏହା ଅନ୍ତର୍ଗତ ସମସ୍ତ ୨୮ଟି ବିଧାନସଭାରେ ଆସନ୍ତା ମେ’ ୧୩ ତାରିଖରେ ମତଦାନ ହେବ । ଏଥିପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଏହା ୨୫ତାରିଖ ପର୍ୟ୍ୟନ୍ତ ଚାଲିବ । ଏପ୍ରିଲ ୨୬ରେ ନାମାଙ୍କନ ପତ୍ର ଯାଂଚ, ୨୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page