ବିବେକାନନ୍ଦ ପବ୍ଲିକ ସ୍କୁଲର ୧୫ତମ ବାର୍ଷିକୋତ୍ସବ

ବାଲିଅନ୍ତା,୦୩|୦୨: ବାଳକାଟି ସ୍ଥିତ ବିବେକାନନ୍ଦ ପଦ୍ଲିକ ସ୍କୁଲର ୧୫ ତମ ବାର୍ଷିକଉତ୍ସବ ସୋମବାର ମହାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଡଃ ରଜନୀ ରଞ୍ଜନ ଦାଶ ସଭାପତିତ୍ୱ କରିଥିବା ବେଳେ ମୂଖ୍ୟଅତିଥି ଭାବେ ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ, ଚଳଚିତ୍ର ସଂଳାପ ଲେଖକ ଡଃ ରଜନୀ ରଞ୍ଜନ ଦାଶ , ଶିକ୍ଷାବିତ ଜୟନ୍ତ କୁମାର ମହାନ୍ତି, ହାସ୍ୟ ଅଭିନେତା ସୌମ୍ୟରଞ୍ଜନ ପରିଡ଼ା ଓରଫ ଜୁନିଅର ନଟିଆ , ସ୍ଥାନୀୟ ସରପଞ୍ଚ ରିନାରାଣୀ ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରୀ, ନାଏବ ସରପଞ୍ଚ ଅରୁଣ କୁମାର ସାହୁ, ବିଶିଷ୍ଟ ଲୋକପ୍ରିୟ କଣ୍ଠଶିଳ୍ପୀ ଇପ୍ସିତା ପଣ୍ଡା, ବିଦ୍ୟାଳୟ ସଂପାଦକ ଅଭିରାମ ସାହୁ , ସ୍କୁଲ କମିଟିର ସଭ୍ୟ ସନ୍ତୋଷ କୁମାର ସାହୁ , ବସନ୍ତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରିବା ସହିତ ଓଡିଆଭାଷା ଓ ସାହିତ୍ୟ ପ୍ରତି ଭଲପାଇବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପିଲାମାନଙ୍କ ଶିକ୍ଷାର ଉପଦେୟତା ଉପରେ ଆଲୋକପାତ ମଧ୍ୟ କରିବା ସହ ଛାତ୍ରଛାତ୍ରୀଙ୍କୁ ଗୁରୁ ଆଉ ଶିଷ୍ୟର ସମ୍ପର୍କ ଉପରେ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସମସ୍ତ ପିଲାମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପରିଶେଷରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page