ବିଭିନ୍ନ ରାଜନୈତିକ ଦଳଙ୍କ ସହ ବୁଥଲେଭେଲ ଏଜେଣ୍ଟ ନିଯୁକ୍ତି ବିଷୟରେ ଏକ ସଭା ଅନୁଷ୍ଠିତ

ଭବାନୀପାଟଣା, ୨୧/୦୩, ଉତ୍କଳ ବୁଲେଟିନ (ଜଗନ୍ନାଥ ନାଏକ) : ନିର୍ବାଚନ ଆୟୋଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପରିଷଦ ସଭାଗୃହ ଠାରେ ବିଭିନ୍ନ ରାଜନୈତିକ ଦଳଙ୍କ ସହ ବୁଥ ଲେଭେଲ ଏଜେଣ୍ଟ ନିଯୁକ୍ତି ବିଷୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ୭୭ – ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ୮୦ – ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ୭୮ – ନର୍ଲା ନିର୍ବାଚନ ମଣ୍ଡଳୀର ପଞ୍ଜୀକରଣ ଅଧିକାରୀ ଓ ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କଳାହାଣ୍ଡି ଦୟାମୟ ପାଢୀ, ସହ ନିର୍ଦ୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା ବିବେକାନନ୍ଦ ମହାନନ୍ଦ, ଉପଜିଲ୍ଲାପାଳ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ପ୍ରିୟରଞ୍ଜନ ସେଠୀ ଓ ସହକର୍ମୀ ଉପସ୍ଥିତ ଥିଲେ । ସଭା ପ୍ରାରମ୍ଭରେ ଶ୍ରୀ ମହାନନ୍ଦ ବୁଥ ଲେଭେଲ ଏଜେଣ୍ଟ ନିଯୁକ୍ତି ଓ ରାଜନୈତିକ ଦଳର ଦାୟିତ୍ଵ ବିଷୟରେ ବୁଝାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଭୋଟର ତାଲିକାକୁ ସ୍ୱଚ୍ଛ ଓ ଆଦର୍ଶ କରିବାରେ ରାଜନୈତିକ ଦଳର ଭୂମିକା ଉପରେ ଗୁରୁତ୍ଵ ଦେଇଥିଲେ । ଉପଜିଲ୍ଲାପାଳ ଭବାନୀପାଟଣା ଓ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ସମସ୍ତ ରାଜନୈତିକ ଦଳକୁ ବୁଥ ଲେଭେଲ ଏଜେଣ୍ଟ ନିଯୁକ୍ତି କରିବା ପାଇଁ ଆହ୍ୱାନ ଦେଇଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page