ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ପାଳିତ

ବାଲିଅନ୍ତା: ଓଡ଼ିଶାର ଗଣ ପର୍ବ ପହିଲି ରଜରେ ଏକାମ୍ର ଶାନ୍ତି ସ୍ତୂପ ଧଉଳି ଗିରିରେ ପର୍ଯ୍ୟଟକମାନଙ୍କ ବାହୁ ସଂଖ୍ୟାରେ ଭିଡ ପରିଲକ୍ଷିତ ହେଉଥିଲା । ସେହିପରି ଧଉଳି ଗୋପୀନାଥ ପୁର ସ୍ଥିତ ମା’ ଦକ୍ଷିଣ ଚଣ୍ଡୀ ମହାସଂଘ ଓ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ମିଳିତ ଆନୁକୂଲ୍ୟରେ ୯ମ ରଜ ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହି ରଜ ମହୋତ୍ସବ ୩ଦିନ ଧରିଚାଲିବ। ଏହି ଅବସରରେ କାପୋକର ଅଧକ୍ଷ ସଂଗ୍ରାମ କେଶରୀ ପାଇକରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ରଜଉତ୍ସବଟିକୁ ଉଦଘାଟନ କରିଥିଲେ ।ସମାଜସେବୀ ରବିନ୍ଦ୍ର କୁମାର ପାତ୍ର, ଆଇନଜୀବୀ ସୂର୍ଯ୍ୟକାନ୍ତ ସାହୁ ସଂପାଦିକା ରଶ୍ମୀପ୍ରଭା ସାମନ୍ତରାୟ, ଭୁବନେଶ୍ବର ବ୍ଲକ ଅଧ୍ଯକ୍ଷା ନିରୁପମା ସାହୁ, ପ୍ରମୁଖ ଯୋଗଦେଇଥିଲେ । ଉକ୍ତ ମହୋତ୍ସବରେ ଗ୍ରାମର କୁମାରୀ ଓ ମହିଳାମାନେ ରଜ ଦୋଳି ଖେଳିବା ସହିତ ବିଭିନ୍ନ ପ୍ରକାର ପ୍ରତିଯୋଗୀତା ସହିତ ରଜ ପାନ, ବିଭିନ୍ନ ପ୍ରକାର ପିଠା ଖାଇ ରଜର ଆନନ୍ଦ ନେଇଥିଲେ। ବାଳକାଟି ଭାର୍ଗବୀ ନଦୀ ସ୍ତିତ ମା ହାଣ୍ଡି ଶାଳ ଜଙ୍ଗଲରେ ସ୍ଥାନୀୟ ଯୁବକ ମାନଙ୍କ ଦ୍ଵାରା ଆୟୋଜିତ ୮-୧୨ ଟି ସୁସଜ୍ଜିତ ଦୋଳି ସହ ବିଭିନ୍ନ ଆଲୋକ ମାଳାରେ ସଜାଇ ରଜ ମଉଜ ଉତ୍ସବଟିକୁ ଅଞ୍ଚଳର କୁମାରୀ, ମହିଳାମାନେ ଯୋଗ ଦେଇ ରଜ ପାନଖାଇ, ଗୀତ ତାଳରେ ଦୋଳି ଖେଳିବାର ଆନନ୍ଦ ମଧ୍ୟ ନେଇଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page