ବିଶ୍ୱଶାନ୍ତି ପାଇଁ ମହାଯଜ୍ଞ ଅନୁଷ୍ଠିତ

ଭୁବନ: ପବିତ୍ର ଦୋଳ ତଥା ହୋଲି ଅବସରରେ ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ଆନୁଷ୍ଠାନିକ ଭାବେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ମଧ୍ୟ ସ୍ଥଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାପନା ଏବଂ ଯଜ୍ଞକୁଣ୍ଡ ନିର୍ମାଣ କରାଯାଇ ତିନି ଦିନ ଧରି ଆନୁଷ୍ଠାନିକ ଭାବେ ଯଜ୍ଞ ଅନୁଷ୍ଠାନ କରାଯାଇଥିବା ଦେଖିବାକୁ ମିଳିଛି। ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇ ୯ ତାରିଖ ତିନି ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ କରାଯାଇଥିବା ଦେଖିବାକୁ ମିଳିଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହୋଲି ପାଳନ ସହ ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା। ଏଥିରେ ଗ୍ରାମର ସମସ୍ତ ଶ୍ରଦ୍ଧାଳୁ ଏକତ୍ରିତ ହେବା ସହ ୧୦୮ କଳସ ସ୍ଥାପନା କରାଯାଇଥିବା ଦେଖିବାକୁ ମିଳିଥିଲା।

ଏହି ୧୦୮ କଳସ ସ୍ଥାପନାରେ ଗ୍ରାମର ମହିଳାମାନେ ବହୁ ସଂଖ୍ୟାରେ ସାମିଲ ହୋଇ କଳସ ସ୍ଥାପନା କରିଥିଲେ। ଅନୁଷ୍ଠାନରେ ପଣ୍ଡିତ ଦେବଶର୍ମା ଶ୍ରୀଧର ଶତପଥୀ ମୁଖ୍ୟ ଭାବେ ରହିଥିବାବେଳେ କର୍ତା ଭାବେ ଗୋପାଳ ଚନ୍ଦ୍ର ଷଣ୍ଢ ଏବଂ ତାଙ୍କ ପତ୍ନୀ ବସିଥିବା ଦେଖିବାକୁ ମିଳିଥିଲା। ମହାଯଜ୍ଞ ଅବସରରେ ଭଜନ କୀର୍ତନ କରି ଗ୍ରାମ ପରିକ୍ରମା କରାଯିବା ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page