ବୀରମହାରାଜପୁର ଏନ୍ଏସି ଘୋଷିତ

ଭୁବନେଶ୍ୱର: ରାଜ୍ୟ ସରକାର ରବିବାର ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଭାବେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶନିବାର ୫ଟି ନୂଆ ମ୍ୟୁନିସିପାଲିଟି ସହିତ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ବିଷୟରେ ଘୋଷଣା କରିଥିଲେ । ବୀରମହାରାଜପୁର ଏଥିରେ ସାମିଲ ହେବାଦ୍ୱାରା ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫ରେ ପହଞ୍ଚିଛି । ବୀରମହାରାଜପୁରକୁ ଏନ୍ଏସି ମାନ୍ୟତା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରି ଖେଳି ଯାଇଛି । ସୂଚନାଯୋଗ୍ୟ, ବୀରମହାରାଜପୁର ସୁବର୍ଣ୍ଣପୁର ଜିଲ୍ଲାର ସବଡିଭିଜନ ମୁଖ୍ୟାଳୟ ଅଟେ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରକୁ ଏନ୍ଏସି ମାନ୍ୟତା ନମିଳିବା ପରେ ଶନିବାର ଏହାକୁ ନେଇ ଅଞ୍ଚଳର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସ୍ଥାନୀୟ ବିଜେଡି ମଧ୍ୟ ତା’ର ପ୍ରତିକ୍ରିୟା ରଖିଥିଲା । ସ୍ଥାନୀୟ ମୈତ୍ରୀ ସଦନଠାରେ ଶନିବାର ବୀରମହାରାଜପୁର ବିଜେଡି ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳିନୀରେ ବ୍ଲକ୍ ବିଜେଡି ସଭାପତି ସ୍ୱୟମ୍ଭୁନାଥ ଖଣ୍ଡଗିରି କହିଥିଲେ ଯେ, ବୀରମହାରାଜପୁର ଏନ୍ଏସି ମାନ୍ୟତା ପାଇବାରୁ ବଞ୍ଚିତ ହେବା ସମସ୍ତଙ୍କୁ ଚକିତ କରିଛି । ଏହାର ପୁନଃ ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଏଥିପାଇଁ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ କରି ତୁରନ୍ତ ଭୁବନେଶ୍ୱର ଯାଇଥିଲେ । ଆଜି ଉଭୟ ବିଜେପି ଓ କଂଗ୍ରେସ ବୀରମହାରାଜପୁରରେ ବିଧାୟକ ପଦ୍ମନାଭ ବେହେରାଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ରବିବାର ସୁବର୍ଣ୍ଣପୁର ଜିଲ୍ଲାର ବୀରମହରାଜପୁରକୁ ଏନଏସି ଘୋଷଣା କରାଯାଇଥିବାବେଳେ । ନୂଆ କରି ଘୋଷଣା କରଯାଇଥିବା ଅନ୍ୟ ୩୪ ଏନଏସି ହେଉଛନ୍ତି ଯଥାକ୍ରମେ, ଅନୁଗୋଳ ଜିଲ୍ଲାର ପାଲଲହଡା ଓ ଛେଣ୍ଡିପଦା, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ସିମୁଳିଆ, ବରଗଡ ଜିଲ୍ଲାର ପାଇକମାଳ ଓ ଭେଡେନ, ଭଦ୍ରକ ଜିଲ୍ଲାର ଅଗରପଡା, ବଲାଙ୍ଗିର ଜିଲ୍ଲାର ବେଲପଡା ଓ ସଂଇତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡି ଜିଲ୍ଲାର ଜୟପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ,କୋରାପୁଟ ଜିଲ୍ଲାର ବୋରିଗୁମା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News