ବେତନଟୀ ୧/୧: ପ୍ରତେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ବେତନଟୀ ର ଅଗ୍ରଣୀ ସଂଗଠନ ୟଙ୍ଗ ମ୍ୟାନ ଆସୋସୀସନ ପାଳିଛି ବେତନଟୀ ଧମାକା ମହୋତ୍ସବ | ପ୍ରଥମ ରାତି ତା – ୩୧/୧୨/୨୪ରିଖରେ ଏହି ଉତ୍ସବକୁ ବେତନଟୀ ବ୍ଲକ ଚେୟାରମ୍ୟାନ କୌଶଲ୍ୟା ମାଝୀ ଜିଲ୍ଲା , ପରିଷଦ ସଦସ୍ୟ ବିଶ୍ଵନାଥ ହେମ୍ବ୍ରମ ,ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ |

ସେମାନଙ୍କ ସହିତ ୟଙ୍ଗ ମ୍ୟାନ ଆସୋସିଏସନ ର ଚି଼ୟାରମ୍ୟାନ ପ୍ରଦୀପ କୁମାର ସାମଲ, ଭାଇସ ଚେୟାରମ୍ୟାନ ପ୍ରମୋଦ କୁମାର ପାଢ଼ୀ, ସଭାପତି ରାଜେଶ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ଉତ୍ସବକୁ ଉଦଘାଟନ କରିଥିଲେ ପ୍ରଥମ ରାତ୍ରି ରେ କୁନି କୁନି ପିଲାଙ୍କୁ ନେଇ ବେବି ଡଲ, ବେବି ପ୍ରିନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | କାର୍ଯ୍ୟକ୍ରମ ସହିତ ପୁରୁଣା ବର୍ଷକୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ୱାଗତ କରାଯାଇଥିଲା | ନୂତନ ବର୍ଷରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା | ଏଥିରେ ବଦାନ୍ୟ ବ୍ୟକ୍ତିମାନେ ରକ୍ତଦାନ କରି ଏକ ମୋହତ କାର୍ଯ୍ୟ କରିଥିଲେ, ଏହି ରକ୍ତଦାନ ଶିବିର ରେ ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ପ୍ରୋଗ୍ରାମ ଆହୁରି ୩ ଦିନ ଚାଲିବ ବଲି ଉପସଭାପତି ସୁଶାନ୍ତ କୁମାର ବଳା ପରିପ୍ରକାଶ କରିଛନ୍ତି ଏବଂ ବିଭିନ୍ନ ରାଜ୍ୟ ଏବଂ ଜିଲ୍ଲା ରୁ କୁନି କୁନି ପିଲା ମାନେ ଭାଗ ନେବେ ବଲି ପରି ପ୍ରକାଶ କରିଛନ୍ତି I