ବ୍ଲକ୍ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଫୁଲବାଣୀ : ଶ୍ରୀ ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଥିଲା l ଏହି ମେଳା ୨୭ତାରିଖ ଯାଏ ୧୩ ଟି କ୍ଳଷ୍ଟର ରୁ ମନୋନୀତ ଏଫ ଏଲ ଏନ ଶିକ୍ଷକ ଶିକ୍ଷୟିତ୍ରୀ ଓ ପଞ୍ଚାୟତ କର୍ମଚାରୀ ଓ ଏ ଯେ ଓ କ୍ଳଷ୍ଟର ରୁ ଅଣାଯାଇଅଛି ୧ମ ରୁ ୩ୟ ଶ୍ରେଣୀ ଯାଏଁ ମନୋନୀତ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ସହ ସୁନ୍ଦର ସୁନ୍ଦର ଭାଷା ଓ ସଂଖ୍ୟା ଜ୍ଞାନ ସମ୍ବନ୍ଧୀୟ ଶିକ୍ଷଣ ଉପକରଣ ଆଣି ପ୍ରଦର୍ଶନ କରିଥିଲେ l ନଷ୍ଟ ହେଉଥିବା ଜିନିଷ ରେ ବିଭିନ୍ନ ଟି ଏଲ ଏମ ପ୍ରସ୍ତୁତ କରି କିଭଳି ଭାବେ ପିଲା ମାନଙ୍କୁ ଜୀବନ୍ତ ଉଦାହରଣ ସହ ସେମାନଙ୍କର ଶୈକ୍ଷିକ ଦକ୍ଷତା ଭଷା ଓ ସଂଖ୍ୟ ଜ୍ଞାନ ଉପରେ ଦିଆଯାଇ ପାରେ ତାର ଜ୍ୱଳନ୍ତ ପ୍ରମାଣ ପ୍ରଦର୍ଶିତ କରିଥିଲେ l ଯେଉଁ ଶିକ୍ଷଣ ଉପକରଣ ଗୁଡି଼କ ଲେର୍ନିଙ୍ଗ ବାୟ ଡୁଇଙ୍ଗ କାର୍ଯ୍ୟକ୍ରମ କୁ ସୁଗମ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର ଅନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ l ସଂମ୍ମାନିତ ଅତିଥି ଭାବେ ଇଟିଇଆଇ ର ଅଧ୍ୟକ୍ଷ କୃଷ୍ଟ ଚନ୍ଦ୍ର ସିଂ, ଜାକି ଉଲ୍ଲା ଖାଁ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାଶ,ସହକାରୀ ଅଧିକାରୀ ଅମୁଲ୍ୟ କୁମାର ଜେନା, ଶିକ୍ଷକ ସଂଘ ସଭାପତି ସନ୍ତୋଷ କୁମାର ଦିଗାଲ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ସ୍ତରରୁ ମନୋନୀତ ଏଫ ଏଲ ଏନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା ପତ୍ର ଦେବା ସହ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଖାତା କଲମ ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଓ ନିପୁଣ ସେଲଫି ଷ୍ଟାଣ୍ଡରେ ଫୋଟ ଉଠାଇବାର ମଜା ପିଲାମାନେ ନେଇଥିଲେ। ଅମୂଲ୍ୟ କୁମାର ଜେନାଙ୍କ ପ୍ରତକ୍ଷ ତତ୍ତ୍ଵାବଧାନରେ ସମସ୍ତ ସିଆରସିସ ଓ ଶିକ୍ଷକମାନଙ୍କ ସହଯୋଗ ରେ ସରସ ସୁନ୍ଦର ହେବା ସହ ଯଥା ସମୟରେ ସମାପନ ହୋଇଥିଲା। ପ୍ରଦୀପ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page