ଭବାନୀପାଟଣା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ

ରାଜ୍ୟ ମହିଳା ହିଂସା ଓ ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୨୭ ମାର୍ଚ୍ଚରେ ବିଧାନସଭା ଘେରାଉ

କଳାହାଣ୍ଡି, ୨୧/୦୩, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : ରାଜ୍ୟ ମହିଳା ହିଂସା ଓ ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୨୭ ମାର୍ଚ୍ଚରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରହିଛି। ଏ ପରିପ୍ରେକ୍ଷୀରେ ଆଜି ଭବାନୀପାଟଣା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତିକ୍ରମେ ୨୭ ମାର୍ଚ୍ଚରେ ବିଧାନସଭା ଘେରାଉ କରାଯିବବୋଲି ସୂଚନା ଦିଆଯାଇଛି। ପିସିସି ପର୍ଯ୍ୟବେକ୍ଷକ ଶ୍ରୀ ଅଜିତ ଦାସ, ବିଜେପି ସରକାର ସମୟରେ ଘଟିଥିବା ନାରୀ ନିର୍ଯାତନା, ମହିଳା ହିଂସା, ନାବାଳିକା ଗଣଧର୍ଷଣ ବାବଦରେ ସୂଚନା ପ୍ରଦାନ କରିଥିଲେ। ବର୍ତମାନ ସୁଦ୍ଧା କେତେ ମହିଳା ଓ ଶିଶୁ ନିଖୋଜ ଅଛନ୍ତି, ମହିଳା ଓ ଶିଶୁ ସୁରକ୍ଷା ପାଇଁ ହେଉଥିବା ଯୋଜନାର କିପରି ସୁଫଳ ମିଳିଛି, ସେ ସମ୍ପର୍କରେ ସରକାର ଏକ ଶ୍ୱେତପତ୍ର ଏବଂ ଗୃହ କମିଟି ଗଠନ କରିବାକୁ ଜିଲ୍ଲା ପ୍ରଭାରୀ ମନୋରଞ୍ଜନ ତ୍ରିପାଠୀ ଦାବୀ କରିଛନ୍ତି। ଗତ ୮ମାସ ମଧ୍ୟରେ ରାଜ୍ୟରେ ୧୬ ଶହ ନାରୀ ନିର୍ଯାତନା ଘଟିଛି। ପୋଲିସ ପକ୍ଷରୁ ୫୪ଟି ଗଣ ବଳାତ୍କାର ମାମଲା ରୁଜ୍ଜୁ ହୋଇଛି। ସେହିପରି ବିଦ୍ୟାଳୟର ଛାତ୍ରୀମାନେ ଗର୍ଭବତୀ ହେବା ଘଟଣା ମଧ୍ୟ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳାର ବିଫଳତାକୁ ପଦାରେ ପକାଇଛି। ଏହି କାର୍ଯ୍ୟକ୍ରମ କୁ କିପରି ଭାବରେ ସଫଳ କରାଯିବ ଓ କାର୍ଯ୍ୟକ୍ରମର ଉଦେଶ୍ୟ ସମ୍ପର୍କରେ ଏବଂ କଳାହାଣ୍ଡି ଜିଲାରୁ ଅନ୍ୟୁନ ୫୦୦୦୦ ଜନସାଧାରଣ ଏହି ଗଣ ବିକ୍ଷୋଭରେ ସାମିଲ ହେବେ, ସେନେଇ ଜିଲ୍ଲା ସଭାପତି ଶ୍ରୀ ଭାରତ ଭୂଷଣ ବେମାଲ ତାଙ୍କର ଦ୍ରୋଢ଼କ୍ତି ସାମ୍ବାଦିକ ସମ୍ମିଳନୀ ସମ୍ମୁଖରେ ପ୍ରକାଶ କରିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ଉପସଭାପତି ଉତ୍ସବ ସାହୁ, ନାରୀ ନେତ୍ରୀ ଦ୍ରୌପଦୀ ମାଝୀ, ପୂର୍ବତନ ବ୍ଲକ ଅଧକ୍ଷ୍ୟା କରଲାମୁଣ୍ଡା, ମାଣିକ୍ୟ ସୁନା, ସନ୍ତୋଷ ପ୍ରଧାନ, ଜିଲ୍ଳା ଯୁବ ମୋର୍ଚା ସଭାପତି ମହମ୍ମଦ ସାହେବ, ଥୁଆମୂଳ ରାମପୁର ବ୍ଲକ ସଭାପତି ଜଳନ୍ଧର ନାଏକ, ସରୋଜ ବାଗ ରାଜ୍ୟ ସାଧାରଣ ସମ୍ପାଦକ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠକ ପ୍ରମୁଖ ମଂଚାସୀନ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page