ଭାଜପାରେ କାରଖାନା ଭାଉଜ

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରରେ କାର୍‌ରେ ଖାଦ୍ୟ ବିକି ଚର୍ଚ୍ଚାକୁ ଆସିଥିବା ଦୁଇ ଯା’ ନେହା ଏବଂ ରଶ୍ମିତା ପାଣିଗ୍ରାହୀ ଭାଜପାରେ ଯୋଗ ଦେଇଛନ୍ତି। ଭାଜପାର ମିଶ୍ରଣ ପର୍ବରେ ଏହି ଦୁଇ ଯା’ ଭାଜପାର ସଦସ୍ୟତା ଭାଜପାରେ ଯୋଗ ଦେଇଛନ୍ତି। ମିଶ୍ରଣ ପର୍ବରେ ଭାଜପା ଏମ୍‌ପି ବସନ୍ତ ପଣ୍ଡା, ବରିଷ୍ଠ ନେତା ସମୀର ଦାସ, ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏହି ଦୁଇ ଯା’ କାର୍ ଖାନା ନାମରେ ଏକ କାର ରେ ଖାଦ୍ୟ ଲୋକମାନଙ୍କୁ ଯୋଗାଉଥିବାବେଳେ ସେମାନେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଭୁବନେଶ୍ୱରର ରାସ୍ତା କଡ଼ରେ କାର ଲଗାଇ ଖାଦ୍ୟ ବିକ୍ରି କରୁଥିବା ସେମାନଙ୍କୁ ଦେଖିବାକୁ ମିଳୁଛି । ତେବେ ବି.ଏମ.ସି ଉକ୍ତ ମହିଳାଙ୍କ ଦୋକାନକୁ ବାରମ୍ବାର ବନ୍ଦ କରିବା ପାଇଁ ଚାପ ପକାଉଥିବା ସତ୍ତ୍ୱେ ଏହି ୨ ଯା’ ହାର ନ ମାନି ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି।

Report: Priyabrat Barik, Utkal bulletin

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page