ଭାଷା ଆଇନ ସଂପର୍କିତ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର,୨୨.୨.୨୦୨୪: ଭାଷା ଆନେ୍ଦାଳନ, ଓଡ଼ିଶା ଓ ଉକôଳ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଭାଷା ଆଇନ ସଂପର୍କିତ ଏକ ଆଲୋଚନାଚକ୍ର ସ୍ଥାନୀୟ ଉକôଳ ସାମ୍ବାଦିକ ସଂଘଠାରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କୁ ପ୍ରଥମ ବିଶ୍ୱ ଓଡ଼ିଆ ସମ୍ମିଳନୀ ପାଇଁ ଓ ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ ପାଇଁ ସାଧୁବାଦ ପ୍ରଦାନ କରାଯାଇଥିଲା । ପ୍ରକାଶନି ସଂସ୍ଥା ‘ଶବ୍ଦସ୍ପର୍ଶୀ’ ଆନୁକୂଲ୍ୟରେ ୧୯୪୮ ମସିହା ଠାରୁ ୨୦୧୮ ମସିହା ପର୍ଯ୍ୟନ୍ତ ସମସ୍ତ ସରକାରୀ ଘୋଷଣା, ରାଜପତ୍ର ଓ ନିୟମାବଳୀ ପ୍ରଣୟନଠାରୁ ଆରମ୍ଭ କରି ଭାଷା ଆନେ୍ଦାଳନ ଭିତରେ ଓଡ଼ିଶାରେ ଓଡ଼ିଶା ଶାସନର ବିଧି ବ୍ୟବସ୍ଥା ସହିତ ସମସ୍ତ ବ୍ୟବସ୍ଥାର ମିଶ୍ରିତ ପୁସ୍ତକ ଭାଷା ଆଇନ, ବିଧାନସଭାରେ ଭାଷା ଆଇନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇସାରିଛି । ଏହି ପରିପ୍ରେକ୍ଷୀରେ ପୁସ୍ତକରେ ଉଲ୍ଲେଖଥିବା ମାତୃଭାଷା ଆଇନକୁ ସଠିକ୍ ପାଳନ କରିବା, ଯଦି ଏହାର କାର୍ଯ୍ୟକାରିତା କୌଣସି ବ୍ୟକ୍ତିବିଶେଷ ବ୍ୟବସାୟ ପ୍ରତିଷ୍ଠାନ, ସଂଗଠନ ଏବଂ ସରକାରୀ ସ୍ତରରେ କାର୍ଯ୍ୟାଳୟରେ ଠିକ୍ ଭାବେ ପାଳନ କରାନଯାଏ ତାହାର ଆଇନ ଅନୁସାରେ ନିଶ୍ଚିତ ଦଣ୍ଡ ବିଧାନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିବା ସହ ଏହି ଦିଗରେ ସମସ୍ତେ ଆଗେଇ ଆସିବାକୁ ମତବ୍ୟକ୍ତ କରାଯାଇଥିଲା । ପବିତ୍ର ମହାରଥାଙ୍କ ଆବାହକତ୍ୱରେ ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା, ଡ. ସୁତକିର୍ତୀ ତ୍ରିପାଠୀ, ସାରଦା ପ୍ରସାଦ ମହାପାତ୍ର, ହରିଶଙ୍କର ମିଶ୍ର ଯୋଗଦେବା ସହିତ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ମାତୃଭାଷାକୁ ପ୍ରଚାର ପ୍ରସାର କରିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ବହୁ ବୁଦ୍ଧିଜୀବୀ, ସାରସ୍ୱତ ପ୍ରତିଭା, ଭାଷା ଆନେ୍ଦାଳନ ସଦସ୍ୟ, ସମାଜସେବୀ ପ୍ରମୁଖ ଯୋଗଦାନ କରି ନିଜ ନିଜ ବକ୍ତବ୍ୟ ରଖିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News