ଭିଙ୍ଗାରପୁର ଆୟୁଷ୍ମାନ ଆରୋଗ୍ୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନସ୍ବାସ୍ଥ୍ୟ ଆଲୋଚନା

ଭିଙ୍ଗାରପୁର: ଭିଙ୍ଗାରପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ବାର୍ଦ୍ଧକ୍ୟ ଏକ ପ୍ରାକୃତିକ ପ୍ରକ୍ରିୟା । ବୟସ ବୃଦ୍ଧି ଅନୁସାରେ ଶରୀରର ପୁନଃ ନିର୍ମାଣ କ୍ଷମତା କମିଯାଏ । ଏଥିପାଇଁ ବୟସ୍କ ବ୍ୟକ୍ତିଙ୍କ ଠାରେ ବାର୍ଦ୍ଧକ୍ୟ ଜନିତ ସମସ୍ୟାର ସମାଧାନ ନିମନ୍ତେ ବାଳକାଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଜନସ୍ବାସ୍ଥ୍ୟ ଅଧିକାରୀ ମମତାଞ୍ଜଳି ପଟ୍ଟନାୟକ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ତାହା ଉଚ୍ଚ ରକ୍ତଋପ, ହୃଦ୍‌ରୋଗ, ମସ୍ତିସ୍କାଘାତ, କର୍କଟ ମଧୁମେହ ,ଶ୍ଵାସରୋଗ,ଦୃଷ୍ଟିଶକ୍ତି ହ୍ରାସ,ଦାନ୍ତ ଖସିପଡିବା, ମୁଖ ଶୁଖୁଲା ହୋଇଯିବା, ମାନସିକ ବିକାରଗ୍ରସ୍ତ ହେବା, ଆର୍ଥ୍ରାଇଟିସ୍ (ଆଣ୍ଠୁଗଣ୍ଠି ଜନିତ ରୋଗ) , ହାଡ଼ ଦୂର୍ବଳ ଏବଂ ଭଙ୍ଗୁର ହେବା ତଥା ଜଖମ ହେବା, ମସ୍ତିଷ୍କ ଜନିତ ରୋଗ, ବାର୍ଦ୍ଧକ୍ୟ ଅବସ୍ଥାରେ ସୁସ୍ଥ ଜୀବନ ପାଇଁ – ସୁସ୍ଥ ଜୀବନଶୈଳୀ ଆପଣେଇବା, ସନ୍ତୁଳିତ ଖାଦ୍ୟ ଖାଇବା, ଉପରେ ଅଧିକ ବୁଝାଇ ଥିଲେ I ସୁଖନିଦ୍ରା ଯିବା, ସକ୍ରିୟ ରହିବା, ନିଶାଦ୍ରବ୍ୟ ମାଦକଦ୍ରବ୍ୟରୁ ଦୂରରେ ରହିବା ଆଦି ଅଭ୍ୟାସ କରିବା I ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରିବା ପାଇଁ ଭିଙ୍ଗାରପୁର ମେଡିକାଲର ଡକ୍ଟର ପଦ୍ମିନି ରାଉତ ଚିକିତ୍ସା କରିବା ସହିତ ବୁଝାଇଥିଲେ I କୌଣସି ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବା କହିଥିଲେ I ପରେ ପରେ ଯୋଗ ପ୍ରଶିକ୍ଷକ ଡକ୍ଟର ଦିପକ ରଞ୍ଜନ ବେହେରାଙ୍କ ଦ୍ବାରା କେତେକ ଆସନ ପ୍ରାଣାୟମ ଅଭ୍ୟାସ କରାଇଥିଲେ I ଏହି କାର୍ୟ୍ୟକ୍ରମରେ ୪୩ଜଣ ଉପସ୍ଥିତ ଥିଲେ I ଶେଷରେ ଜଳପାନ କରି କାର୍ୟ୍ୟକ୍ରମକୁ ବିରାମ ଦିଆଯାଇଥିଲା I ଆଶା କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page