ମନ୍ଦିର ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତିଶ୍ରୁତି

ବାଲିଅନ୍ତା: ସୋମବାର ସକାଳ ସମୟରେ ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର କୋଷାଧ୍ୟକ୍ଷ ଚକ୍ରଧର ନାୟକଙ୍କ ନେତୃତ୍ବରେ ଏକ ଟିମ୍ ବିଶିଷ୍ଟ ଶିକ୍ଷାବିତ୍, କିଟ ଓ କିମିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ସାକ୍ଷାତ କରିଥିଲେ । ଶ୍ରୀ ସୁଦର୍ଶନ ଦାରୁପୀଠରେ ନିର୍ମିତ ଜଗନ୍ନାଥ ମନ୍ଦିରର ପୂର୍ଣ୍ଣାଙ୍ଗ ଓ ତାର ପାରିପାର୍ଶିକ ବିକାଶ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆଉ ମଧ୍ୟ ଦାରୁପୀଠକୁ ଆସିବା ପାଇଁ ନିମନ୍ତ୍ରଣ କରାଯାଇଥିଲା । ମନ୍ଦିର ନିର୍ମାଣ ପାଇଁ ଆର୍ଥିକ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ସାକ୍ଷାତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରଞ୍ଜନ ମହାପାତ୍ର, ପ୍ରକୁତୀବନ୍ଧୁ ଦୀନବନ୍ଧୁ ଭୋଇ, ଭାଗ୍ୟଧର ସାହୁ, ଲକ୍ଷ୍ମଣ ଜେନା ଓ ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page