ମା’ ଚର୍ଚ୍ଚିକା ପୀଠରେ ପାଳିତ ହେଲା ନବବର୍ଷ ଓ ପଣା ସଂକ୍ରାନ୍ତି

ଭୁବନ: ସାରା ରାଜ୍ୟରେ ଧୂମଧାମରେ ନବବର୍ଷ ଏବଂ ପଣାସଂକ୍ରାନ୍ତି ପାଳନ କରାଯିବା ସହ ମହାବୀରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଗାଁ ଠାରୁ ସହର ଯାଏ ଦେଖିବାକୁ ମିଳିଥିଲା ଏହି ପର୍ବ ପାଳନର ମାହୋଲ । ହନୁମାନଙ୍କ ପୂଜାର୍ଚ୍ଚନା ସହ ପଣା ବଂଟନ କରାଯାଉଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଭୁବନ ବ୍ଲକ୍ ଓଡ଼ିଶ ଗ୍ରାମପଂଚାୟତର ପ୍ରତ୍ୟକ୍ଷ ଦେବୀ ମା’ ଚର୍ଚ୍ଚିକା ପୀଠରେ ମଧ୍ୟ ପୂଜାର୍ଚ୍ଚନା ସହ ପଣା ବଂଟନ କରାଯାଇଥିବା ଦେଖିବାକୁ ମିଳିଛି । ମା’ ଚର୍ଚ୍ଚିକାଙ୍କ ଆଶିର୍ବାଦ ଲାଭ ନିମନ୍ତେ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଭକ୍ତ ମନ୍ଦିର ପରିସରରେ ଏକତ୍ରିତ ହୋଇଥିବା ଦେଖାଯାଇଥିଲା ।

ବିମଳ କୁମାର ରଣାଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page