ମୃତ୍ୟୁଞ୍ଜୟ ବିହାର ଉନ୍ନୟନ ପରିଷଦର ତୃତୀୟ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ

ବାଲିଅନ୍ତା,୨୮|୧: ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭୁବନେଶ୍ୱର ବ୍ଲକ ଲିଙ୍ଗିପୁର ପଞ୍ଚାୟତ ଅଧିନ ମୃତ୍ୟୁଞ୍ଜୟ ବିହାର ଉନ୍ନୟନ ପରିଷଦର ତୃତୀୟ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପରିଷଦର ଅଧ୍ୟକ୍ଷ ରମାକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ, ସମ୍ମାନୀତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ କ୍ଷୀରୋଦ କୁମାର ପ୍ରଧାନ ଯୋଗଦେଇଥିଲେ l ପରିଷଦର ସମ୍ପାଦକ ସୁଧୀର କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ଅବସରରେ ଗତ ୧୨ ତାରିଖରେ ମୃତ୍ୟୁଞ୍ଜୟ ବିହାରରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଚନା, ବକୃତା ଓ ସାଧାରଣଜ୍ଞାନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ସେହିପରି ଓଡିଶା ପ୍ରଶାସନିକ ସେବା ପରୀକ୍ଷା, ୨0୨୨ ରେ ୨୩ ତମ ସ୍ଥାନରେ ଥିବା ସମସ୍ତଙ୍କ ପ୍ରେରଣାଦାୟୀ ତଥା ଗର୍ବ ଓ ଗୌରବ ସ୍ଥାନୀୟ ଦିବ୍ୟବିହାରର ମନୋରଞ୍ଜନ ସ୍ୱାଇଁଙ୍କ ଝିଅ ସୌମ୍ୟା ସ୍ଵାଗତିକା ସ୍ୱାଇଁଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା l ଶେଷରେ ମୃତ୍ୟୁଞ୍ଜୟ ବିହାର କଲୋନୀର ପ୍ରତିଭାବାନ କଳାକାରଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l ପରିଷଦର ଉପସଭାପତି ବ୍ରହ୍ମାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ କୋଷାଧ୍ୟକ୍ଷ ଲିଙ୍ଗରାଜ ସାମନ୍ତରାୟ, ବରିଷ୍ଠ ସଭ୍ୟ ଦେବାନନ୍ଦ ମହାପାତ୍ର, ବିଜୟ ମିଶ୍ର, ବିଭୁତି ଭୂଷଣ ସାହୁ, ପ୍ରତାପ କୁମାର ବାରିକ, ଦୀନକୃଷ୍ଣ ନାୟକ, ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page