ଯୁବ ସମାଜସେବୀ ରଞ୍ଜନ ମହାପାତ୍ରଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

ବାଲିଅନ୍ତା: ମାଆ ପାଇଁ ଗଛଟିଏ 2.o ଅଭିଯାନ ଉପଲକ୍ଷେ ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବରୁଣେଇ ଶିଆଳିଆ ଠାରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ବ୍ଲକ୍ ଯଶୁଆପୁର ଗ୍ରାମର ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ରଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଅଛି। ପରିବେଶ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି ଏବଂ ପରିବେଶ ସଚେତନତା ଭଳି ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରୁଥିବାରୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସ୍ୱତନ୍ତ୍ର ଉତ୍ସବ ରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ପୃଥିବିରାଜ ହରିଚନ୍ଦନ ,ସମ୍ମାନିତ ଅତିଥି ଭାବେ ବେଗୁନିଆର ମାନ୍ୟବର ବିଧାୟକ ପ୍ରଦୀପ କୁମାର ସାହୁ, ଜୟଦେବ ର ବିଧାୟକ ନବକିଶୋର ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲାପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନସିଂହ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ , ଖୋର୍ଦ୍ଧା ପୋଲିସ ଅଧିକ୍ଷକ ସାଗରିକା ନାଥ ବନ ବିଭାଗର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ରଞ୍ଜନଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ପ୍ରୋତ୍ସାହନ ରାଶି ସହିତ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ରଞ୍ଜନ ନିଜ ଗ୍ରାମରେ ଯଶୁଆପୁର ବିକାଶ ପରିଷଦ ଦ୍ବାରା ବୃକ୍ଷ ରୋପଣ, ରକ୍ତଦାନ ଶିବିର, ଅହାହାୟ ମାନଙ୍କ ପାଇଁ ସାହାରା ସାଜିବା, ପକ୍ଷୀଙ୍କ ପାଇଁ ପିଇବା ପାଣି ଯୋଗାଇବା, ଜଳ ସଂରକ୍ଷଣ,ନୂତନ ଜଙ୍ଗଲ ସୃଷ୍ଟି, ପ୍ଲାଷ୍ଟିକକୁ ବର୍ଜନ କରିବା ସମ୍ପର୍କରେ ସଚତନତା ଇତ୍ୟାଦି କରି ଆସୁଛନ୍ତି। ତା ସହିତ ନିଜ ଗ୍ରାମକୁ ସବୁଜ ସୁନ୍ଦର ଗଢି ତୋଳିବା ପାଇଁ ସଦାସର୍ବଦା ପ୍ରୟାସ ଜାରୀ ରଖିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page